ଦୂର ହୋଇପାରିବ ଏଡସ

ଦୂର ହୋଇପାରିବ ଏଡସ

ଦୂର ହୋଇପାରିବ ଏଡସ
ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏଚ୍‍ଆଇଭି ଭୂତାଣୁ ମଣିଷ ଶରୀରରେ ଖୁବ୍‍ ତୀବ୍ର ଗତିରେ ନିଜ ସ୍ଥାନ ଅକ୍ତିଆର କରିନେଇଥାଏ । ମାତ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ଉକ୍ତ ଭୂତାଣୁକୁ ଚିହ୍ନଟ କରାଯାଇପାରିଲେ ଏଡ୍‍ସ୍‍ ଭଳି ଏକ ଦୂରାରୋଗ୍ୟ ବ୍ୟାଧିକୁ ଦୂର କରାଯାଇପାରିବ ବୋଲି ବିଶ୍ୱର କେତେକ ପ୍ରମୁଖ ବୈଜ୍ଞାନିକ ଦାବି କରିଛନ୍ତି । ଏଚ୍‍ଆଇଭି ଭୂତାଣୁ ରକ୍ତ ମାଧ୍ୟମରେ ଶରୀରରେ ପ୍ରବେଶ କରିବା ପୂର୍ବରୁ ଅନ୍ୟ ଜୀବାଣୁ ଏବଂ ଭୂତାଣୁଗୁଡ଼ିକ ଶରୀରର ବିଭିନ୍ନ ସ୍ଥାନରେ ଜମାଟ ବାନ୍ଧି ରହିଥାଆନ୍ତି । ଯଦ୍ୱାରା ଏଡ୍‍ସର ଚିକିତ୍ସା ସମୟରେ ଅନ୍ୟ ଜୀବାଣୁ ଏବଂ ଭୂତାଣୁଗୁଡ଼ିକ ପ୍ରତିବନ୍ଧକ ସାଜିଥାଆନ୍ତି । ତେବେ ବୈଜ୍ଞାନିକମାନଙ୍କ କହିବା କଥା ହେଲା ଆଣ୍ଟି ରେଟ୍ରୋ ଭାଇରାଲ୍‍ ଔଷଧଗୁଡ଼ିକ ଏଚ୍‍ଆଇଭି ଭୂତାଣୁଙ୍କୁ ରକ୍ତରେ ପ୍ରବେଶ କରିବା ଲାଗି ଦେଇନଥାଏ । କିନ୍ତୁ ଯେତେବେଳେ ରୋଗୀ ଔଷଧ ଗ୍ରହଣ କରିବା ବନ୍ଦ କରିଦେଇଥାଏ, ସେତେବେଳେ ଶରୀରର ବିଭିନ୍ନ ସ୍ଥାନରେ ଜମାଟ୍‍ ବାନ୍ଧିଥିବା ଏଚ୍‍ଆଇଭି ଭୂତାଣୁଗୁଡ଼ିକ ରକ୍ତରେ ମିଶିବା ଆରମ୍ଭ କରିଦେଇଥାଆନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ମିସିସିପି ରାଜ୍ୟରେ ଜଣେ ଶିଶୁ ଜନ୍ମ ହେବା ପରେ ତା’ ଶରୀରରେ ଏଚ୍‍ଆଇଭି ଭୂତାଣୁ ଥିବା ଜଣାପଡ଼ିଥିଲା । ଡାକ୍ତରମାନେ ଶିଶୁଟିକୁ ଔଷଧ ଦେବା ପରେ ସେ ରୋଗମୁକ୍ତ ହୋଇଯାଇଥିଲା । କିନ୍ତୁ ୪ ବର୍ଷ ପରେ ଉକ୍ତ ଶିଶୁ ଦେହରେ ଏଚ୍‍ଆଇଭି ଭୂତାଣୁ ଥିବା ଜଣାପଡ଼ିଥିଲା ।