ଆଲିୟାଙ୍କ ‘ଗଙ୍ଗୁବାଇ କାଠିଆବାଡ଼ି’

ଆଲିୟାଙ୍କ ‘ଗଙ୍ଗୁବାଇ କାଠିଆବାଡ଼ି’

ଆଲିୟାଙ୍କ ‘ଗଙ୍ଗୁବାଇ କାଠିଆବାଡ଼ି’
ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆବାଡ଼ି’ ଚଳଚ୍ଚିତ୍ର ସୁଟିଂ କାମ ଆରମ୍ଭ ହୋଇଥିବାର ଖବର ୟୁନିନ ତରଫରୁ ମିଳିଛି । ବଲିଉଡ଼ର ଐତିହାସିକ ନିଦେ୍ର୍ଧଶକ ଭାବେ ଜଣାଯାଉଥିବା ସଞ୍ଜୟ ଲୀଳା ଭଁସାଲୀ ଏହାର ନିଦେ୍ର୍ଧଶନା ଦେଉଥିବା ବେଳେ ମୁଖ୍ୟ ଭୂମିକାରେ ଅଛନ୍ତି ଆଲିଆ ଭଟ୍ଟ ଅଭିନୟ କରୁଛନ୍ତି । ସୁଟିଂ ଆରମ୍ଭର କିଛି ସପ୍ତାହ ପୂର୍ବରୁ ଆଲିୟାଙ୍କୁ କାଠିଆବାଡ଼ି ଭାଷାରେ କହିବା ନିମନ୍ତେ ତାଲିମ ଦିଆଯାଉଛି । ନିଦେ୍ର୍ଧଶକ ସଞ୍ଜୟ ବ୍ୟକ୍ତିଗତ ଭାବେ ମୁମ୍ବାଇର ଲୋକପି୍ରୟ କାଠିଆବାଡ଼ି ପ୍ରଶିକ୍ଷକଙ୍କୁ ଏଥିନିମନ୍ତେ ନିଯୁକ୍ତି ଦେଇଥିବାର ପ୍ରକାଶ । ହୁସୈନ ଜୈଦୀଙ୍କ ଉପନ୍ୟାସ ‘ମାଫିଆ କୁଇନ୍ସ ଅଫ ମୁମ୍ବାଇ’ ଉପରେ ଆଧାରିତ । ମୁମ୍ବାଇର ଗଳିକନ୍ଦିରେ ରହୁଥିବା ଜଣେ ସାଧାରଣ ମହିଳା ପରେ କିପରି ଭାବେ ମାଫିଆ ଭାବେ ପରିଚିତ ହୋଇଛି । ତାହା ହିଁ ଚଳଚ୍ଚିତ୍ରର କାହାଣୀ । ଆଲିୟା ଏହି ଭୂମିକା ନିମନ୍ତେ ବେଶଭୂଷା ଉପରେ ମଧ୍ୟ ଖୁବ ଧ୍ୟାନ ଦେଇଛନ୍ତି । କାଠିଆବାଡ଼ି ଭାଷାରେ ପାରଙ୍ଗମ ହେବା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ବୋଲି ୟୁନିଟ୍ ସଦସ୍ୟ କହିଛନ୍ତି ।