ପେଟ୍ରୋଲ ନୁହଁ, ବିଅରରେ ଚାଲିବ ଗାଡ଼ି

ପେଟ୍ରୋଲ ନୁହଁ, ବିଅରରେ ଚାଲିବ ଗାଡ଼ି

ପେଟ୍ରୋଲ ନୁହଁ, ବିଅରରେ ଚାଲିବ ଗାଡ଼ି
ଜୀବାଶ୍ମ ଇନ୍ଧନ ବା ପେଟ୍ରୋଲିୟମ ଦିନେ ନା ଦିନେ ସରିଯିବ । ତେଣୁ ବିକଳ୍ପ ଉଦ୍ଭାବନ ପାଇଁ ସାରା ବିଶ୍ୱରେ ସର୍ବଦା ଗବେଷଣା ଚାଲିଛି । ବିଦୁ୍ୟତ ଶକ୍ତି ଚାଳିତ ଯାନ ତିଆରି ହେଲାଣି । ଜୈବ ଇନ୍ଧନ ଦ୍ୱାରା ମଧ୍ୟ ପରୀକ୍ଷାମୂଳକ ଭାବେ ଯାନ ଚାଲିଲାଣି । ଆଣବିକ ଇନ୍ଧନ ବ୍ୟବହାର କରିବା ଲାଗି ଗବେଷଣା ଚାଲିଛି । ନିକଟରେ ବି୍ରଟିଶ ବିଜ୍ଞାନୀମାନେ ବିଅର୍କୁ ଇନ୍ଧନରେ ପରିଣତ କରିବାରେ ସଫଳ ହୋଇଛନ୍ତି । ‘ବି୍ରଷ୍ଟଲ୍ ବିଶ୍ୱ ବିଦ୍ୟାଳୟ’ର ଗବେଷକ ଡଂକାନ ୱାସଙ୍କଠାରୁ ଏହି ସମ୍ପର୍କରେ ସୂଚନା ମିଳିଛି । ଆଲକୋହଲରୁ ମିଳେ ଇଥାନଲ ଏବଂ ଏହାକୁ ବୁଟାନଲରେ ପରିଣତ କରାଯାଇପାରେ । ବୁଟାନଲ ପେଟ୍ରୋଲିୟମର ଏକ ବିକଳ୍ପ । ଇଥାନଲ ମଧ୍ୟ ଇନ୍ଧନ । ତେବେ, ଏହା ଶକ୍ତିଶାଳୀ ନୁହେଁ । ଜଳରେ ସହଜରେ ମିଶିଯାଏ । ମୋଟରଗାଡ଼ି ଇଂଜିନ ଏହା ଦ୍ୱାରା ଚାଲିପାରିବ । ତେବେ, କ୍ଷତି ହେବ । ତେବେ, ବୁଟାନଲ୍ ଇଂଜିନ୍ର କୌଣସି କ୍ଷତି କରିବ ନାହିଁ ।