ମହିଳାଙ୍କ ପେଟ ଯନ୍ତ୍ରଣା : କଣ୍ଡୋମ ବ୍ୟବହାର କରିବାକୁ କହି ଡାକ୍ତର ବରଖାସ୍ତ
ମହିଳାଙ୍କ ପେଟ ଯନ୍ତ୍ରଣା : କଣ୍ଡୋମ ବ୍ୟବହାର କରିବାକୁ କହି ଡାକ୍ତର ବରଖାସ୍ତ
admin
Sep 4, 2019 - 06:27
Updated: Sep 4, 2019 - 06:27
ରାଞ୍ଚି : ଝାଡ଼ଖଣ୍ଡର ଏକ ସରକାରୀ ହସ୍ପିଟାଲର ଜଣେ ଡାକ୍ତର ପେଟ ଯନ୍ତ୍ରଣାର ଉପଶମ ପାଇଁ ଜଣେ ମହିଳା ରୋଗୀଙ୍କୁ କଣ୍ଡୋମ ବ୍ୟବହାର କରିବାକୁ ପରାମର୍ଶ ଦେଇ ବରଖାସ୍ତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଡକ୍ଟର ଅସରଫ ବଦ୍ର ନାମକ ଏହି ଡାକ୍ତର ଜଣକ ରାଜ୍ୟର ଘାଟସିଲା ସବ ଡିଭିଜିନାଲ ହସ୍ପିଟାଲରେ ନିୟୋଜିତ ଥିଲେ ।
ରିପୋର୍ଟ ଅନୁଯାୟୀ, ଗତ ଜୁଲାଇ ୨୩ ତାରିଖରେ ଜଣେ ୫୫ ବର୍ଷୀୟା ମହିଳା ରୋଗୀ ପେଟ ଯନ୍ତ୍ରଣା ଭୋଗ କରୁଥିବାରୁ ତାଙ୍କ ନିକଟକୁ ଆସିଥିଲେ । ଡାକ୍ତର ବଦ୍ର ତାଙ୍କ ପାଇଁ କିଛି ଔଷଧ ପ୍ରେସକ୍ରାଇବ କରିଥିଲେ । ମହିଳା ଜଣକୁ ଏହାକୁ ନେଇ ନିକଟରେ ଥିବା ଏକ ମେଡିସିନ ଷ୍ଟୋରରେ ଦେଖାଇବାରୁ ସେଥିରେ ‘କଣ୍ଡୋମ ନିରୋଧ’ ବୋଲି ଲେଖିଥିଲେ । ଏ ସମ୍ପର୍କରେ ଜାଣିବା ପରେ ମହିଳା ଜଣକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ଏ ନେଇ ଅଭିଯୋଗ କରିଥିଲେ । ଏହା ପରେ ହସ୍ପିଟାଲ ଓ ସ୍ଥାନୀୟ ପ୍ରଶାସନ ତରଫରୁ ଏହାର ଯାଞ୍ଚ କରାଯାଇଥିଲା ଏବଂ ଉକ୍ତ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ ବୋଲି ଦର୍ଶାଯାଇଥିଲା । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏହି ଘଟଣାକୁ ଗୁରୁତର ନେଇ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ବରଖାସ୍ତ କରିଛି । ଡାକ୍ତର ବଦ୍ରଙ୍କୁ ପୂର୍ବରୁ ମଧ୍ୟ କାର୍ଯ୍ୟରେ ବିଶୃଙ୍ଖଳା ଏବଂ ଦୁର୍ବବ୍ୟବହାର ପ୍ରଦର୍ଶନ ପାଇଁ ଥରେ ବହିଷ୍କାର କରାଯାଇଥିଲା । କିନ୍ତୁ ସେ ଏପରି ହରକତ ଆଉ କରିବେ ନାହିଁ ବୋଲି ଲିଖିତ ଭାବେ ଦେବା ପରେ ରାଜ୍ୟ ସରକାର ତାଙ୍କୁ ପୁଣି ନିଯୁକ୍ତି ଦେଇଥିଲେ ।