ପ୍ରିୟଙ୍କାଙ୍କୁ ମିଳିବ ୟୁପି କଂଗ୍ରେସର ପୂର୍ଣ୍ଣ ଦାୟିତ୍ୱ
ପ୍ରିୟଙ୍କାଙ୍କୁ ମିଳିବ ୟୁପି କଂଗ୍ରେସର ପୂର୍ଣ୍ଣ ଦାୟିତ୍ୱ
admin
Sep 4, 2019 - 06:29
Updated: Sep 4, 2019 - 06:29
ନୂଆଦିଲ୍ଲୀ : ଆସନ୍ତା ୨୦୨୨ରେ ହେବ ଉତ୍ତର ପ୍ରଦେଶ (ୟୁପି) ବିଧାନସଭା ନିର୍ବାଚନ । ତା ପୂର୍ବରୁ ରାଜ୍ୟ କଂଗ୍ରେସ ସଂଗଠନର ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରକି୍ରୟା ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ୟୁପି କଂଗ୍ରେସର ସମ୍ପୂର୍ଣ୍ଣ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ଏବେ ସେ ୟୁପରି ପୂର୍ବାଞ୍ଚଳ ଦାୟିତ୍ୱରେ ରହିଛନ୍ତି । ବର୍ତ୍ତମାନ ରାଜବାବର ପିସିସି ସଭାପତି ଅଛନ୍ତି । ତାଙ୍କୁ ହଟାଇ ତାଙ୍କ ସ୍ଥାନରେ ନୂଆ ପିସିସି ସଭାପତି ନିଯୁକ୍ତ କରିବା ଲାଗ ିନେତା ଖୋଜା ଚାଲିଛି । ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ପି୍ରୟଙ୍କାଙ୍କୁ ନୂଆ ଦାୟିତ୍ୱ ମିଳିବ ବୋଲି ଅନୁମାନ କରାଯାଉଛି ।
ପ୍ରିୟଙ୍କାଙ୍କୁ ୟୁପି ଦାୟିତ୍ୱ ଦେବା ଲାଗି ଗତ ୩ ମାସ ହେଲା ପ୍ରକି୍ରୟା ଜାରି ରହିଛି । ଏହା ଭିତରେ ସେ ନିୟମିତ ପୂର୍ବ ଓ ପଶ୍ଚିମାଞ୍ଚଳ ଗସ୍ତ କରିଛନ୍ତି । ଦିନକୁ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୧ ଘଣ୍ଟା ଧରି ଦଳୀୟ ନେତା ଓ ସମର୍ଥକଙ୍କୁ ଭେଟୁଛନ୍ତି ।
ଆଗାମୀ ବିଧାନସଭା ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ମାତ୍ର ଗୋଟିଏ ଆସନ ପାଇଥିଲା । ତାହା ଥିଲା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ରାୟବରେଲି ଆସନ । ଏପରିକି ରାହୁଲ ଗାନ୍ଧୀ କଂଗ୍ରେସର ପାରମ୍ପରିକ ଗଡ଼ ଆମେଥିରୁ ପରାଜିତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରିୟଙ୍କାଙ୍କୁ ଦଳର ସାଧାରଣ ସମ୍ପାଦକ କରାଯିବା ସହିତ ୟୁପରି ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଥିଲା । ଲୋକସଭା ନିର୍ବାଚନ ବେଳେ ସେ ବିଭିନ୍ନ ଅଞ୍ଚଳରେ ପ୍ରଚାର କରିଥିଲେ ଏବଂ ଲୋକମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖିଥିଲେ ।