ଅକ୍ଟୋବରରୁ ୩୭୦ ଶୁଣାଣି

ଅକ୍ଟୋବରରୁ ୩୭୦ ଶୁଣାଣି

ଅକ୍ଟୋବରରୁ ୩୭୦ ଶୁଣାଣି
ନୂଆଦିଲ୍ଲୀ:ଧାରା ୩୭୦ ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି । ଅକ୍ଟୋବର ପ୍ରଥମ ସପ୍ତାହରୁ ୩୭୦ ସଂପର୍କିତ ସମସ୍ତ ଶୁଣାଣି ଆରମ୍ଭ ହେବ । ୫ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବେ । ନେଟ୍, ମୋବାଇଲ୍ ସେବାରୁ କଟକଣା ହଟାଇବା ଆବେଦନରେ ବି ନୋଟିସ୍ ଜାରି କରାଯାଇଛି । ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ନୋଟିସ କରାଯାଇଛି । ଜାମ୍ମୁ କାଶ୍ମୀର ପାଇଁ ମଧ୍ୟସ୍ଥି ନିଯୁକ୍ତି ଲାଗି କେନ୍ଦ୍ରର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।