ବିଜେପିରେ ଯୋଗ ଦେଲେ କପିଲ ମିଶ୍ର

ବିଜେପିରେ ଯୋଗ ଦେଲେ କପିଲ ମିଶ୍ର

ବିଜେପିରେ ଯୋଗ ଦେଲେ କପିଲ ମିଶ୍ର
ନୂଆଦିଲ୍ଲୀ : ଆମ୍ ଆଦ୍ମୀ ପାର୍ଟି (ଆପ୍) ର ବିଦ୍ରୋହୀ ନେତା ତଥା ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ କପିଲ ମିଶ୍ର ଶନିବାର ବିଜେପିରେ ଯୋଗ ଦେଇଛନ୍ତି । କପିଲଙ୍କ ସହିତ ଆପର ମହିଳା ସଂଗଠନ ମୁଖ୍ୟ ରିଚା ପାଣ୍ଡେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ୟାମ ଜାଜୁ ଓ ଦିଲ୍ଲୀ ରାଜ୍ୟ ସଭାପତି ମନୋଜ ତିୱାରୀଙ୍କ ଉପସ୍ଥିତିରେ ଆପର ଦୁଇ ନେତା ବିଜେପିରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦୀନଦୟାଲ ଉପାଧ୍ୟାୟ ଓ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶକୁ ଅନୁସରଣ ପୂର୍ବକ ଉଭୟ ଦିଲ୍ଲୀବାସୀଙ୍କ ସେବା କରିବେ ବୋଲି ତିୱାରି କରିଛନ୍ତି । ଲୋକସଭା ନିର୍ବାଚନ ସମୟରେ ବିଜେପି ସପକ୍ଷରେ ପ୍ରଚାର କରିବା ନେଇ କପିଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିୱାସ ଗୋୟଲ ଦଳ ବିରୋଧୀ କାର୍ଯ୍ୟ ପାଇଁ କପିଲଙ୍କୁ ବିଧାୟକ ପଦରୁ ଅଯୋଗ୍ୟ ଘୋଷଣା କରିଥିଲେ । ବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣାକୁ କପିଲ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ।