ପ୍ଲେ ଷ୍ଟୋରରୁ ହଟିଲା 'ଟିକଟକ୍‌'ଆପ୍‌ ।

ପ୍ଲେ ଷ୍ଟୋରରୁ ହଟିଲା 'ଟିକଟକ୍‌'ଆପ୍‌ ।

ପ୍ଲେ ଷ୍ଟୋରରୁ ହଟିଲା 'ଟିକଟକ୍‌'ଆପ୍‌ ।
ଆପଲ୍ ଏବଂ ଲୋକପ୍ରିୟ ବ୍ରାଉଜର୍ ଗୁଗଲ୍ ତାର ପ୍ଲେ ଷ୍ଟୋରରୁ ଚୀନ୍ ଆପ୍ 'ଟିକଟକ୍'କୁ ବ୍ଲକ୍ କରିଛି । ଏହା ଫଳରେ ଏବେ ୟୁଜରର୍ସମାନେ ଗୁଗୁଲ୍ ଓ ଆପଲ୍ ପ୍ଲେ ଷ୍ଟୋରରୁ ଏହି ମ୍ୟୁଜିକାଲ ଆପ୍ ଟିକଟକକୁ ଡାଉନଲୋଡ କରିପାରିବେ ନାହିଁ । ଗତକାଲି ଭାରତ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଶରେ ପ୍ରାୟ ୫୯ଟି ଚାଇନିଜ ଆପକୁ ବ୍ୟାନ୍ କରିବା ପରେ ଗୁଗୁଲ୍ ଓ ଆପଲ୍ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତୀୟ ବଜାରରେ ଚୀନ୍ ଆପ୍ ଟିକଟକର ବହୁଳ ବ୍ୟବହାର କରାଯାଉଥିବାବେଳେ ଏହି ଆପ୍ ଏବେ ଭାରତର ସୁରକ୍ଷା ଓ ସମାଜ ପ୍ରତି ବିପଦ ବୋଲି ଦର୍ଶାଇଛନ୍ତି ସରକାର।