ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ
ନୂଆଦିଲ୍ଲୀ - ଆସନ୍ତା ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ । ବଜେଟ ଅଧିବେଶନ ପ୍ରଥମ ଦଫାରେ ଫେବୃଆରୀ ୧୧ ଯାଏଁ ଚାଲିବ । ଦ୍ୱିତୀୟ ଦଫାରେ ମାର୍ଚ୍ଚ ୨ରୁ ଅଧିବେଶନ ଆରମ୍ଭ ହୋଇ ଅପ୍ରେଲ ୩ରେ ଶେଷ ହେବ । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମନ ବଜେଟ ଉପସ୍ଥାପନ କରିବେ । ଦୁଇ ପର୍ଯ୍ୟାୟରେ ବଜେଟ ଅଧିବେଶନ କରିବା ପାଇଁ ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ସୁପାରିଶ କରିଛନ୍ତି । ବଜେଟ ଅଧିବେଶନ ବେଶ ସରଗରମ ହେବବୋଲି ଆଶା କରାଯାଉଛି । ବିଶେଷକରି ନାଗରିକ ଆଇନ ସଂଶୋଧନ ଓ ସାମ୍ପ୍ରତିକ ଅର୍ଥନୀତିକ ମାନ୍ଦାବସ୍ଥା ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବେ । ସେହିପରି ଅର୍ଥନୀତିରେ ସୁଧାର ଆଣିବା ପାଇଁ ନିର୍ମଳାଙ୍କ ବଜେଟରେ କ’ଣ ରହିଛି ତାହା ଉପରେ ବି ସମସ୍ତଙ୍କ ନଜର ରହିବ । ବିଶେଷକରି କେନ୍ଦ୍ର ସରକାର କେତକେ କ୍ଷେତ୍ରରେ ଟିକସ ରିହାତି ଦେବାର ସମ୍ଭାବନା ରହିଛି ।