୨୦୨୧ ଜୁଲାଇ ପର୍ଯ୍ୟନ୍ତ ୱାର୍କ ଫର୍ମ ହୋମ ସୁବିଧା ଦେଉଛି ଏହି କମ୍ପାନୀ

୨୦୨୧ ଜୁଲାଇ ପର୍ଯ୍ୟନ୍ତ ୱାର୍କ ଫର୍ମ ହୋମ ସୁବିଧା ଦେଉଛି ଏହି କମ୍ପାନୀ

୨୦୨୧ ଜୁଲାଇ ପର୍ଯ୍ୟନ୍ତ ୱାର୍କ ଫର୍ମ ହୋମ ସୁବିଧା ଦେଉଛି ଏହି କମ୍ପାନୀ
ୱାଶିଂଟନ୍ : କରୋନା କାରଣରୁ ଏକାଧିକ କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ଛଟେଇ କରାଯାଉଥିବା ବେଳେ ମାର୍କ ଜୁକରବର୍ଗଙ୍କ ଫେସ୍ବୁକ୍ କର୍ମଚାରୀଙ୍କୁ ଘରୁ କାମ କରିବାର ସୁଯୋଗ ପ୍ରଦାନ କରୁଛି । ଶୁକ୍ରବାର ଫେସବୁକ୍ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଆସନ୍ତା ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଏହାର କର୍ମଚାରୀ ମାନେ ଘରୁ କାମ କରିପାରିବେ । କର୍ମଚାରୀଙ୍କ ସୁବିଧା ଏବଂ ସ୍ୱାସ୍ଥ୍ୟକୁୁ ଧ୍ୟାନରେ ରଖି କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ଫେସବୁକ୍ ପକ୍ଷରୁ କୁହାଯାଇଛି । ପୂର୍ବରୁ ଆଲ୍ଫାବେଟ୍ ଏହାର କର୍ମଚାରୀଙ୍କୁ ଜୁନ୍ ୨୦୨୧ ଏବଂ ଟ୍ୱିଟ୍ଟର ଏହାର କର୍ମଚାରୀଙ୍କୁ ଅସୀମିତ ସମୟ ପାଇଁ ଘରୁ କାମ କରିବାର ସୁଯୋଗ ଦେଇଥିଲା । ଏହା ସହିତ ଫେସବୁକ୍ ପକ୍ଷରୁ ଏହାର କର୍ମଚାରୀଙ୍କୁ ୧୦୦୦ ଡଲାରର ଅତିରିକ୍ତ ସହାୟତା ପ୍ରଦାନ କରିବା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ ଅନେକ ସ୍ଥାନରେ ଏହାର କାର୍ଯ୍ୟାଳୟ ଖୋଲାଯାଉଛି ମାତ୍ର ଆସିବାକୁ ଅସମର୍ଥ ବ୍ୟକ୍ତିଙ୍କୁ ଘରୁ ରହି ମଧ୍ୟ କାମ କରିବାର ସୁଯୋଗ ପ୍ରଦାନ କରିବା ସମ୍ପର୍କରେ ଘୋଷଣା କରାଯାଇଛି ।