ସେପ୍ଟେମ୍ବର ସୁଦ୍ଧା କରୋନା ମୁକ୍ତ ହେବ ଓଡିଶା

ସେପ୍ଟେମ୍ବର ସୁଦ୍ଧା କରୋନା ମୁକ୍ତ ହେବ ଓଡିଶା

ସେପ୍ଟେମ୍ବର ସୁଦ୍ଧା କରୋନା ମୁକ୍ତ ହେବ ଓଡିଶା
ଭୁବନେଶ୍ୱର: କରୋନା ସ୍ଥିତି ନେଇ ଏକ ଉତ୍ସାହଜନକ ସୂଚନା ମିଳିଛି । ତାହା ହେଲା ଓଡ଼ିଶାରେ ଆସନ୍ତା ସେପ୍ଟେମ୍ବରେ କରୋନା ମୂଳପୋଛ ହୋଇଯିବ । ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା । ସେ କହିଛନ୍ତି ଯେ, ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ଅନେକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି । କିଛି ଜାଗାରେ ନିୟନ୍ତ୍ରଣ ହୋଇଗଲାଣି । କିଛି ଜିଲ୍ଲାରେ ଏବେ କେସ ବଢୁଛି । ତେବେ ପରେ ଖସିବ ବୋଲି ଆଇଏଲଏସ ନିଦେ୍ର୍ଧଶକ ଆଶାବ୍ୟକ୍ତ କରିଛନ୍ତି । ତେବେ ଅଗଷ୍ଟରେ ପିକ ହୋଇ ତା ପରେ ଖସିବ । ସେପ୍ଟେମ୍ବରରେ କରୋନା ସଫା ହୋଇଯିବ ସେ ଆଶାବାଦୀ ଥିବା କହିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଭୟ କରିବାର କିଛି ନାହିଁ ବୋଲି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା କହିଛନ୍ତି ।