୨୦୧୯ ବଜେଟ୍ : ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ
୨୦୧୯ ବଜେଟ୍ : ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥା ଲକ୍ଷ୍ୟ
admin
Jul 5, 2019 - 06:49
Updated: Jul 5, 2019 - 06:49
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଦ୍ୱିତୀୟବାର କ୍ଷମତାକୁ ଆସିବା ପରେ ମୋଦି ସରକାରଙ୍କର ଏହା ହେଉଛି ପ୍ରଥମ ବଜେଟ ।
ବଜେଟ୍ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ କହିଥିଲେ ଯେ, ଚଳିତ ନିର୍ବାଚନ ନୂଆ ଭାରତ ଗଠନ ପାଇଁ ଦିଶା ଦେଖାଯାଇଛି । ବିତୀୟ ଶୃଙ୍ଖଳା ବଜାୟ ପାଇଁ ପ୍ରଧାନମନ୍ତ୍ରୀ ବଡ ପଦକ୍ଷେପ ନେଇଛନ୍ତି । ଖାଦ୍ୟ ସୁରକ୍ଷା ଗତ ସରକାର ଅପେକ୍ଷା ବ୍ୟୟ ଦୁଇଗୁଣ କରାଯାଇଛି । ମଜବଚତ ଦେଶ ପାଇଁ, ମଜବୁତ ନାଗରିକକୁ ପ୍ରାଥମିକତା ଦିଆଯାଇଛି । ୨୧୦୪ରେ ସରକାର ଗଠନ ବେଳେ ଅର୍ଥନୀତି ୧.୮୫ ଟ୍ରିଲିୟନ ଡଲାର ଥିଲା । ୫ ବର୍ଷ ମଧ୍ୟରେ ଅର୍ଥନୀତି ୨.୭ ଟ୍ରିଲିୟନ ଡଲାରକୁ ପହଂଚି ପାରିଛି । ୫ବର୍ଷ ମଧ୍ୟରେ ୫ ଟ୍ରିଲିୟନ ଡଲାର ପହଂଚାଇବାକୁ ଉଦ୍ୟମ ଜାରି ରଖିଛୁ । ଏବେ ସାରା ବିଶ୍ୱରେ ଭାରତ ତୃତୀୟ ବୃହତ ଅର୍ଥନୀତି ଭାବେ ଉଭା ହୋଇଛି । ପ୍ରଧାନମନନ୍ତ୍ରୀଙ୍କ ଦୃଢ ଦେତୃତ୍ୱ ବଳରେ ଆମେ ଆମ ଲକ୍ଷ୍ୟ ହାସଲ କରିପାରିବୁ ।
ସେହିପରି ଦେଶର ୩ କୋଟି ଛୋଟ ଏବଂ ଉଠା ଦୋକାନୀଙ୍କୁ ପେନସନ ପ୍ରଦାନ କରାଯିବ। ବାର୍ଷିକ ୧.୫ କୋଟିରୁ କମ୍ କାରବାର କରୁଥିବା ଦୋକାନୀମାନଙ୍କୁ ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନାରେ ଏହି ପେନ୍ସନ ମିଳିବ।