୨୦୨୧ ପୂର୍ବରୁ ଯିବନି କରୋନା

୨୦୨୧ ପୂର୍ବରୁ ଯିବନି କରୋନା

୨୦୨୧ ପୂର୍ବରୁ ଯିବନି କରୋନା
ଏବେ ଅନେକ ଦେଶରେ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ ଘୋଷଣା କରାଯାଇଥିବା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ସମସ୍ତେ ଏବେ ଏଭଳି ଲକଡାଉନ କେବେ ଶେଷ ହେବ ବୋଲି ଅପେକ୍ଷା କରି ରହିଛନ୍ତି । ଯଦି କେହି ମନେ କରୁଥାନ୍ତି କି ଚଳପ୍ରଚଳ ହେବା ଆରମ୍ଭ କରିବେ, ତେବେ ସେ ଭୁଲ ଭାବୁଛନ୍ତି । କାରଣ ଅନେକ ଦେଶରେ ବିଶେଷଜ୍ଞମାନେ ଏବେ ମତ ଦେଇଛନ୍ତି ଯେ ୨୦୨୧ ମସିହା ପୂର୍ବରୁ ଜୀବନଯାତ୍ରା ସ୍ୱାଭାବିକ ହେବ ବୋଲି ସେମାନେ ମନେ କରୁନାହାନ୍ତି । ସେମାନଙ୍କ କହିବାନୁସାରେ, କୌଣସି ଦେଶ ସବୁ କଟକଣାକୁ ଏକାସାଙ୍ଗରେ ହଟାଇବେ ନାହିଁ । ଏପରି କରାଗଲେ କରୋନା ଭାଇରସ ପୁଣି ବ୍ୟାପିବ ଏବଂ ପରିସ୍ଥିତିରେ ନିୟନ୍ତ୍ରଣ ବାହାରକୁ ଚାଲିଯିବ । ତେଣୁ କଟକଣା କୋହଳ କରାଗଲେ ବି ସମସ୍ତଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ ଏବଂ କିଛି କଟକଣାର ସାମ୍ନା କରିବାକୁ ପଡ଼ିବ । ଯେ ପର୍ଯ୍ୟନ୍ତ ଭାଇରସକୁ ନିପାତ କରିବା ପାଇଁ କୌଣସି ଟୀକା ବିକଶିତ ନ ହୋଇଛି, ସମସ୍ତଙ୍କୁ ଏଭଳି କଟକଣା ମାନିବାକୁ ପଡ଼ିବ । କାରଣ ଟିକା ବାହାର କରାନଯିବା ପର୍ଯ୍ୟନ୍ତ ଏହା ବିଭିନ୍ନ ଉପାୟରେ ମଣିଷକୁ ସଂକ୍ରମିତ କରିବା ଜାରି ରଖିବ । ହେଲେ ଗୋଟିଏ ଟୀକା ବିକଶିତ କରିବା ପାଇଁ ପ୍ରାୟ ବର୍ଷେ ସମୟ ଲାଗିଯିବ । ତେଣୁ ୨୦୨୧ ମସିହା ପୂର୍ବରୁ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହୋଇପାରିବ ନାହିଁ ବୋଲି ସେମାନେ ଭାବୁନାହାନ୍ତି ।