ଆଜି ସାମ୍ପେନ୍ ଡେ

ଆଜି ସାମ୍ପେନ୍ ଡେ

ଆଜି ସାମ୍ପେନ୍ ଡେ
ପ୍ରତିବର୍ଷ ୩୧ ଡିସେମ୍ବରରେ ‘ସାମ୍ପେନ ଦିବସ’ ପାଳନ କରାଯାଏ । ଏହି ଅବସରରେ ଏହି ପାନୀୟ ବାବଦରେ କିଛି ରୋଚକ ତଥ୍ୟ । ଏହା ୱାଇନ ଜାତୀୟ ସୁରା । ଏକଦା ଏକ ବୋତଲ ଦୁର୍ମୂଲ୍ୟ ସାମ୍ପେନ ୧୪ କୋଟି ୭୯ ଲକ୍ଷ ଟଙ୍କାରେ ବିକି୍ର ହୋଇଥିଲା । ସାମ୍ପେନର ଉପôତ୍ତି ଫ୍ରାନ୍ସରେ ହୋଇଥିଲା । ଫ୍ରାନ୍ସରେ ଏକ ନିର୍ଦ୍ଧିଷ୍ଟ ପ୍ରଜାତିର ଅଙ୍ଗୁରକୁ ସାମ୍ପେନ ପ୍ରସ୍ତୁତି ବ୍ୟବହାର କରାଯାଏ । ଯେଉଁ ଅଞ୍ଚଳରେ ସେହି ଅଙ୍ଗୁର ଚାଷ ହୁଏ, ସେହି ଅଞ୍ଚଳ ବିଶ୍ୱ ଐତିହ୍ୟର ମାନ୍ୟତା ଲାଭ କରିଛି । ନେପୋଲିୟନଙ୍କ ସେନା ଅଧିକାରୀମାନେ ଯୁଦ୍ଧରେ ବିଜୟ ପରେ ତରବାରି ଦ୍ୱାରା ସାମ୍ପେନ ବୋତଲ ଖୋଲୁଥିଲେ । ସପ୍ତାହରେ ଥରେ ଏକ ବୋତଲ ସାମ୍ପେନ ପାନ କଲେ, ସ୍ମୃତି ଶକ୍ତି ବଢ଼ୁଥିବା ଗବେଷଣାରୁ ପ୍ରମାଣିତ । ଏକଦା ହଲିଉଡ଼ ଅଭିନେତ୍ରୀ ମେରିଲିନ ମନରୋ ୩୫୦ ବୋତଲ ସାମ୍ପେନ ଏକ ଟବରେ ଭର୍ତ୍ତି କରି ସ୍ନାନ କରିଥିଲେ । ସାମ୍ପେନ ଠିପି ଖୋଲିଲେ ଘଣ୍ଟା ପ୍ରତି ୨୫ ମାଇଲ ବେଗରେ ଛିଟିକି ପଡେ଼ । ଏକଦା ଏକ ଠିପି ଛିଟିକି ୫୪ ମିଟର ଦୂରରେ ପଡ଼ିଥିଲା । ‘ଗିନିଜ ବୁକ୍ ଅନୁଯାୟୀ ତାହା ଏକ ରେକର୍ଡ । ଏବେ ସାରା ବିଶ୍ୱରେ ଅନୁ୍ୟନ ଶହେ କୋଟି ସାମ୍ପେନ ବୋତଲ ଗଚ୍ଛିତ ଅଛି ।