ସ୍କୁଲରେ ବିସ୍ଫୋରଣ : ୨ ଛାତ୍ର ଗୁରୁତର

ସ୍କୁଲରେ ବିସ୍ଫୋରଣ : ୨ ଛାତ୍ର ଗୁରୁତର

ସ୍କୁଲରେ ବିସ୍ଫୋରଣ : ୨ ଛାତ୍ର ଗୁରୁତର
ଆସିକା:ମାଗୁରା ଗାଁ ସ୍କୁଲ ପରିସରରେ ବୋମା ଫୁଟି ବିସ୍ଫୋରଣ ଘଟିଛି । ଆଜି ଶନିବାର ଥିବାରୁ ସ୍କୁଲରେ ସକାଳୁ ପାଠ ପଢା ଚାଲିଥିଲା । ସ୍କୁଲରେ ପାଠ ପଢା ଚାଲିଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଲା । ବିସ୍ଫୋରଣରେ ୨ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଗୁରୁତର ଛାତ୍ରଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି । ବିସ୍ଫୋରଣ କିପରି ଘଟିଲା ଏହାର କିଛି କାରଣ ସ୍ପଷ୍ଟ ହୋଇନାହିଁ । ସ୍କୁଲରେ ପରିସରରେ ସାଇଂଟିଫିକ୍ ଟିମ ପହଂଚ ତନାଘନା କରୁଛନ୍ତି ।