କେନ୍ଦ୍ରାପଡାରେ ଗଡିବ ଟ୍ରେନ୍

କେନ୍ଦ୍ରାପଡାରେ ଗଡିବ ଟ୍ରେନ୍

କେନ୍ଦ୍ରାପଡାରେ ଗଡିବ ଟ୍ରେନ୍
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାକୁ ଗଡିଲା ଟ୍ରେନ ଇଞ୍ଜିନ । ପ୍ରଥମ ଥର ପାଇଁ ହରିଦାସପୁର-ପାରାଦ୍ୱୀପରେ ରୁଟରେ ଗଡିଛି ରେଳ ଇଞ୍ଜିନ । ବୈଷୟିକ ଟିମର ଉପସ୍ଥିତିରେ ଗଡ଼ିଛି ଏହି ଟ୍ରେନ ଇଞ୍ଜିନ । ଆଉ ଏହାସହ ଖୁବଶୀଘ୍ର କେନ୍ଦ୍ରାପଡ଼ାକୁ ଟ୍ରେନ ଗଡିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ୧୯୯୯ରୁ ଏହି ପ୍ରୋଜେକ୍ଟ ପାଇଁ ଶିଳାନ୍ୟାସ ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ଏହାର ନିର୍ମାଣ କାର୍ୟ୍ୟରେ ବିଳମ୍ବ ହୋଇଥିଲା । ୮୨ କିଲୋମିଟରର ଏହି ପ୍ରୋଜେକ୍ଟରେ ୩ଟି ଜିଲ୍ଲା ଯାଜପୁର,କେନ୍ଦ୍ରାପଡା ଓ ଜଗତସିଂହପୁର ଦେଇ ଟ୍ରେନ ଚଳାଚଳ କରିବ । ଗତ କିଛି ବର୍ଷ ହେବ ଏହି ପ୍ରୋଜେକ୍ଟର କାର୍ୟ୍ୟକୁ ତ୍ୱରାନିତ୍ୱ କରାଯାଇଥିଲା । ଆଉ ଶିଳାନ୍ୟାସର ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡା ମାଟିରେ ଗଡିଛି ରେଳ ଇଞ୍ଜିନ ।