ଆସନ୍ତାକାଲିଠାରୁ ପ୍ରବଳ ବର୍ଷା

ଆସନ୍ତାକାଲିଠାରୁ ପ୍ରବଳ ବର୍ଷା

ଆସନ୍ତାକାଲିଠାରୁ ପ୍ରବଳ ବର୍ଷା
ଭୁବନେଶ୍ୱର : ଉତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଧୀରେ ଧୀରେ ଏହା ଅବପାତର ରୂପ ନେଇ ପଶ୍ଚିମ ଆଡକୁ ଗତି କରୁଛି । ଅନ୍ୟ ପକ୍ଷରେ ବାୟୁମଣ୍ଡଳର ଉପରି ଭାଗରେ ଏକ ମନସୁନ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେଉଛି । ତେବେ ଧୀରେ ଧୀରେ ବର୍ଷାର ପରିମାଣ ବଢିବ ଏବଂ ଆସନ୍ତା ୨ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଓଡିଶା ଛତିଶଗଡରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମହାନଦୀରେ ଉପରମୁଣ୍ଡରେ ବର୍ଷା ହେବା କାରଣରୁ ନଦୀରେ ବନ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏତଦ୍ ବ୍ୟତୀତ ସୋନପୁର, ବୌଦ୍ଧ, ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେବା କାରଣରୁ ସମୂଦ୍ର ଅଶାନ୍ତ ରହିବ । ତେଣୁ ଏହି ସମୟରେ ସମୂଦ୍ର ମଧ୍ୟକୁ ମତ୍ସଜିବୀମାନେ ନଯିବାକୁ ପାଣିପାଗ ବିଭାଗ ସତର୍କ କରାଇଛି ।