ଦୁର୍ଘଟଣାରେ ବାପା, ମାଆ ଓ ପୁଅ ମୃତ

ଦୁର୍ଘଟଣାରେ ବାପା, ମାଆ ଓ ପୁଅ ମୃତ

ଦୁର୍ଘଟଣାରେ ବାପା, ମାଆ ଓ ପୁଅ ମୃତ
ଲଖନପୁର: ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ପିପିଲିମାଲ ଗୌଡପଡା ନିକଟରେଏକ ସଡକ ଦୁର୍ଘଟଣା ଘଟିଛି । ସଡକ ଦୁର୍ଘଟଣାରେ ବାପା,ମାଆ ଓ ପୁଅ ମୃତୁ୍ୟ ଘଟିଛି । ସୂଚନାଯୋଗ୍ୟ ଯେ ବେଲପାହାଡରୁ ନିଜ ଗାଁ କୁଡାଲୋଇ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ବାଇକରେ ବାପା,ମାଆ ଓ ପୁଅ ଆସୁଥିବା ବେଳେ କୋଇଲା ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ବାପା, ମାଆ ଓ ପୁଅଙ୍କର ମୃତୁ୍ୟ ହୋଇଥିଲା । ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା । ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।