ପାଚେରୀ ଭୁଶୁଡି ୧୭ ମୃତ

ପାଚେରୀ ଭୁଶୁଡି ୧୭ ମୃତ

 ପାଚେରୀ ଭୁଶୁଡି  ୧୭ ମୃତ
ପୁଣେ : ପୁଣେର କୋନ୍ଧୱା ଅଞ୍ଚଳରେ ଶନିବାର ସକାଳେ ଏକ ୬୦ ଫୁଟ ଲମ୍ବର ପାଚେରୀ ଭୁଶୁଡି ୧୭ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରବଳ ବର୍ଷା ଯୋଗୁଁ ଏହି ଅଘଟଣ ଘଟିଛି। କୋନ୍ଧୱା ଅଞ୍ଚଳ ତାଲାବ ବସ୍ତି ନିକଟରେ ଥିବା ଏକ ଆପାର୍ଟମେଣ୍ଟର ପାଚେରୀ ଭୁଶୁଡି ପହିଥିଲା । ଫଳରେ ପାଚେରୀ ତଳେ ଚାପି ହୋଇ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ମୃତକମାନଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ଶ୍ରେଣୀର ଲୋକ ବୋଲି ଜଣାପଡିଛି । ଆପାର୍ଟମେଣ୍ଟର ନିର୍ମାଣ କାର୍ୟ୍ୟରେ ନିୟୋଜିତ ଶ୍ରମିକମାନେ ପାଚେରୀ ପାଖରେ ନିର୍ମିତ ଅସ୍ଥାୟୀ ଘରେ ରହୁଥିଲେ।