‘ଅନୁକମ୍ପା ଭୋଟ ମାଗୁଛନ୍ତି ବିଜୟ’
‘ଅନୁକମ୍ପା ଭୋଟ ମାଗୁଛନ୍ତି ବିଜୟ’
admin
May 1, 2019 - 05:05
Updated: May 1, 2019 - 05:05
ଭୁବନେଶ୍ୱର : ପାଟକୁରା ଉପରେ ଏବେ ସଭିଙ୍କ ନଜର । ୧୯ ବର୍ଷ ଧରି ବିଧାନସଭାକୁ ଆସିପାରିନଥିବା ବିଜୟ ମହାପାତ୍ର ଏଥର ବିଧାନସଭାକୁ ଯିବେ ବୋଲି ତାଙ୍କର କର୍ମୀ, ସମର୍ଥକ ଓ ଶୁଭେଚ୍ଛୁମାନେ ଆଶା କରିଛନ୍ତି । ଅପରପକ୍ଷରେ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତୁ୍ୟ ପରେ ତାଙ୍କ ପନôୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରି ବିଜେଡ଼ି ଅନୁକମ୍ପା ଭୋଟ ହାସଲ କରିବାକୁ ଚାହୁଁଛି ବୋଲି ବିଜୟ ଅଭିଯୋଗ କରିଛନ୍ତି । ତେବେ ଏହାର ଉତର ରଖିଛନ୍ତି ସାବିତ୍ରୀଙ୍କ ପୁଅ ସଂଜୟ ଅଗ୍ରୱାଲ । ସେ କହିଛନ୍ତିଯେ, ତାଙ୍କ ମା’ ପ୍ରତ୍ୟକ୍ଷ ରାଜନୀତିରେ ନଥିଲେ ସୁଦ୍ଧା କର୍ମୀମାନଙ୍କ ସହ ସିଧାସଳଖ ସମ୍ପର୍କ ରକ୍ଷା କରୁଥିଲେ । ସେ ବାପାଙ୍କ ଛାୟା ହୋଇ ସବୁ କାମ କରୁଥିଲେ । ତେଣୁ ତାଙ୍କୁ ଦଳର ସାଂଗଠନିକ କାର୍ଯ୍ୟ ତୁଲାଇବାରେ କୌଣସି ସମସ୍ୟା ହେବ ନାହିଁ । ସେହିପରି ଆମେ କଦାପି ଅନୁକମ୍ପା ଗୋଟାଇବାକୁ ଯାଉନାହୁଁ । ବରଂ ବିଜୟଙ୍କ ପାଇଁ ଅନୁକମ୍ପା ସମସ୍ୟା ରହିଛି । ୧୯ ବର୍ଷ ହେଲା ବିଧାନସଭାକୁ ଯାଇପାରିନଥିବାରୁ ତାଙ୍କୁ ଶେଷ ସୁଯୋଗ ଦେବା ପାଇଁ ବିଜୟ ଅନୁକମ୍ପା ଭିକ୍ଷା କରୁଛନ୍ତି । ପାଟକୁରାରେ ଗତ ୧୦ ବର୍ଷ ଭିତରେ ଯାହା ବିକାଶ ହୋଇଛି ତାହା କେବଳ ନବୀନ ପଟ୍ଟନାୟକ ଓ ବେଦପ୍ରକାଶ ଅଗ୍ରୱାଲଙ୍କ ପାଇଁ ହୋଇପାରିଛି ବୋଲି ସଂଜୟ କହିଛନ୍ତି ।