ବିଜେପିରୁ ବହିଷ୍କୃତ ହେଲେ ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତ କୁଲଦୀପ

ବିଜେପିରୁ ବହିଷ୍କୃତ ହେଲେ ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତ କୁଲଦୀପ

 ବିଜେପିରୁ ବହିଷ୍କୃତ ହେଲେ ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତ କୁଲଦୀପ
ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତ କୁଲଦୀପ ସିଂହ ସେଙ୍ଗାର ବିଜେପିରୁ ବହିଷ୍କୃତ ହୋଇଛନ୍ତି । ବିଧାୟକ କୁଲଦୀପ ସିଂହ ସିଙ୍ଗାର ଏବେ ଗିରଫ ହୋଇ ଜେଲରେ ଅଛନ୍ତି । ଅନ୍ୟପକ୍ଷରେ ପୀଡ଼ିତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ ପୁଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ଅନ୍ୟପକ୍ଷରେ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରିଛନ୍ତି । ଏହି ମାମଲାରେ ସମସ୍ତ କେସ୍ ଉତ୍ତରପ୍ରଦେଶରୁ ଦିଲ୍ଲୀ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବୋଚ୍ଚ ଅଦାଲତର ମୁଖ୍ୟ ନ୍ୟାୟାଧୀଶ ଏହି ମାମଲାରେ ହୋଇଥିବା ଏପର୍ଯ୍ୟନ୍ତ ଯାଂଚ୍ ଏବଂ ରାୟବରେଲରେ ପୀଡିତାଙ୍କ ସହିତ ହୋଇଥିବା ସଡକ ଦୁର୍ଘଟଣା ସହ ସମ୍ବନ୍ଧିତ ସମସ୍ତ ସୂଚନା ମାଗିଛନ୍ତି । ସେହିପରି ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଗାଡ଼ିକୁ ଟ୍ରକ ଧକ୍କା ଦେବା ଘଟଣାର ତଦନ୍ତ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ମାନ୍ୟବର ସୁପ୍ରିମକୋର୍ଟ ସିବିଆଇକୁ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ପୀଡ଼ିତାଙ୍କୁ ତୁରନ୍ତ ଦିଲ୍ଲୀ ଏମସ ସ୍ଥାନାନ୍ତର କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଦୁର୍ଘଟଣାରେ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ୨ ଜଣ ସମ୍ପର୍କୀୟଙ୍କ ମୃତୁ୍ୟ ହୋଇଥିଲା ।