୧୮ ଲକ୍ଷ ଝାମ୍ପିନେଲେ

୧୮ ଲକ୍ଷ ଝାମ୍ପିନେଲେ

୧୮ ଲକ୍ଷ ଝାମ୍ପିନେଲେ
ଆଠଗଡ଼: ୧୮ ଲକ୍ଷ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଲେ ୪ ଦୁର୍ବୃତ୍ତ । ଖୁଣ୍ଟୁଣୀ ରାଧାକିଶୋରପୁର ନିକଟରୁ ୨ଟି ପଲସରରେ ଆସି ଦୁର୍ବୃତ୍ତମାନେ ଉକ୍ତ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ପ୍ରକାଶ ଯେ, ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କ ଠାରୁ ଉକ୍ତ ଟଙ୍କା ଲୁଟ ହୋଇଛି । କର୍ମଚାରୀ ଜଣକ ଢେଙ୍କାନାଳ କାଇମାଟିରୁ ଭୁବନେଶ୍ୱର ଆସୁଥିଲେ । ତେବେ ୨ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଖୁଣ୍ଟୁଣୀ ରାଧାକିଶୋରପୁର ନିକଟରୁ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଏନେଇ ଖବର ପାଇ ଖୁଣ୍ଟୁଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।