ଶ୍ରୀଧର ପାତ୍ର ହେଲେ ନାଲକୋ ଅଧ୍ୟକ୍ଷ

ଶ୍ରୀଧର ପାତ୍ର ହେଲେ ନାଲକୋ ଅଧ୍ୟକ୍ଷ

ଶ୍ରୀଧର ପାତ୍ର ହେଲେ ନାଲକୋ ଅଧ୍ୟକ୍ଷ
ଭୁବନେଶ୍ୱର - ନାଲକୋର ଅର୍ଥ ନିଦେ୍ର୍ଧଶକ ଶ୍ରୀଧର ପାତ୍ର କମ୍ପାନିର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ (ସିଏମ୍ଡି) ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସୋମବାର ମଞ୍ଜୁରି ପ୍ରଦାନ କରିଛି । ସୋମବାର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ନେଇ ନିଦେ୍ର୍ଧଶନାମା ଜାରି ହୋଇଛି । ସେ ପ୍ରାୟ ୫ ବର୍ଷ ଏହି ପଦରେ ରହିବେ । ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୨୦୨୪ ମସିହା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଏହି ପଦବିରେ ରହିବେ ବୋଲି କୁହାଯାଇଛି । ଶ୍ରୀ ପାତ୍ର ଚଳିତମାସ ୧ ତାରିଖରୁ ନାଲକୋର ଅର୍ଥ ନିଦେ୍ର୍ଧଶକ ସହିତ ସିଏମ୍ଡି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳି ଆସୁଛନ୍ତି । ଖଣି ଏବଂ ଧାତବ କ୍ଷେତ୍ର ସମେତ, ବିଦୁ୍ୟତ୍ ଏବଂ ତୈଳ ଓ ଗ୍ୟାସ ଭଳି କ୍ଷେତ୍ରରେ ଦୀର୍ଘ ୩୦ ବର୍ଷରୁ ଊଦ୍ଧ୍ୱର୍ କାର୍ଯ୍ୟ କରିବା ଅଭିଜ୍ଞତା ରହିଛି । ପୂର୍ବରୁ ସେ ଓଡ଼ିଶା ଖଣି ନିଗମ, ଇଣ୍ଡିଆନ୍ ରେୟାର ଆର୍ଥ ଲିମିଟେଡ, ଓଏନଜିସିର ସହାୟକ କମ୍ପାନି ମାଙ୍ଗାଲୋର ରିଫାଇନେରି ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡର ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଛନ୍ତି । ନାଲକୋରେ ଯୋଗଦେବା ପୂର୍ବରୁ ଶ୍ରୀ ପାତ୍ର ଟିଏଚ୍ଡିସି ଇଣ୍ଡିଆ ଲିମିଟେଡର ଅର୍ଥ ନିଦେ୍ର୍ଧଶକ ଭାବେ କାର୍ଯ୍ୟ କରୁଥିଲେ । ଉକ୍ରଳ ବିଶ୍ୱିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ଶ୍ରୀ ପାତ୍ର ପେସାରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ । ବିଦ୍ୟାସାଗର ବିଶ୍ୱବିଦ୍ୟାଳୟରୁ ସେ ଏମ୍ବିଏ (ମାନବ ସମ୍ବଳ) ଡିଗ୍ରି ମଧ୍ୟ ହାସଲ କରିଛନ୍ତି ।