ଚାକୀରିଆ ଓ ପେନସନଭୋଗୀଙ୍କ ପାଇଁ ଖୁସୀ ଖବର, ବଢିବ ମହଙ୍ଗା ଭତ୍ତା

ଚାକୀରିଆ ଓ ପେନସନଭୋଗୀଙ୍କ ପାଇଁ ଖୁସୀ ଖବର, ବଢିବ ମହଙ୍ଗା ଭତ୍ତା

ଚାକୀରିଆ ଓ ପେନସନଭୋଗୀଙ୍କ ପାଇଁ ଖୁସୀ ଖବର, ବଢିବ ମହଙ୍ଗା ଭତ୍ତା
ଭୁବନେଶ୍ୱର - ଚାକିରିଆ ଓ ପେନସନ୍ ଭୋଗୀଙ୍କ ପାଇଁ ଖୁବ ଶୀଘ୍ର ସରକାର ଏକ ଭେଟି ଦେବାକୁ ଯାଉଛନ୍ତି । ଆସନ୍ତା ବଡ଼ଦିନ ପୂର୍ବରୁ ୫ ପ୍ରତିଶତ ମହଙ୍ଗା ଭତ୍ତା ଦେଇ ରାଜ୍ୟର ପ୍ରାୟ ୮ ଲକ୍ଷରୁ ଊଦ୍ଧ୍ୱର୍ ଚାକିରିଆ ଓ ପେନସନଭୋଗୀଙ୍କୁ ଖୁସି କରିବାକୁ ଯାଉଛନ୍ତି । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଯେଉଁଥିରେ ସାଢେ଼ ୫ ଲକ୍ଷ ଚାକିରିଆ ଓ ଅଢେ଼ଇ ଲକ୍ଷରୁ ଊଦ୍ଧ୍ୱର୍ ପେନସନଭୋଗୀ ଉପକୃତ ହେବେ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫ ମାସ ତଳେ ମହଙ୍ଗା ଭତ୍ତା ଲାଗୁ ଆସୁଥିଲେ । ହେଲେ ରାଜ୍ୟ ସରକାରୀ କର୍ମଚାରୀମାନେ ଗୋଟିଏ ପଟେ ଚାକିରିଆମାନେ ମହଙ୍ଗା ଭତ୍ତା ପାଉନଥିବା ବେଳେ ବକେୟା ୬୦ ପ୍ରତିଶତ ଏରିଅର ମଧ୍ୟ ମିଳୁନଥିଲା । ଏହାକୁ ନେଇ ଚାକିରିଆଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଉଥିଲା । ରାଜ୍ୟସରକାରଙ୍କ ପକ୍ଷରୁ ଯେଉଁ ନିଦେ୍ର୍ଧଶନାମା ଜାରି ହେଉଛି ତାକୁ କର୍ମଚାରୀମାନେ ଠିକଣା ଭାବେ ପାଳନ କରୁଥିବା ବେଳେ କାହିଁକି ମହଙ୍ଗା ଭତ୍ତା ଦିଆଯାଉ ନାହିଁ ବୋଲି ଅଭିଯୋଗ ହେଉଥିଲା । ଅନ୍ୟ ପକ୍ଷରେ ଆସନ୍ତା ନୂଆବର୍ଷ ୨୦୨୦ ରେ କେନ୍ଦ୍ର ସରକାର ପୁଣି ଥରେ ଚାକିରିଆଙ୍କ ପାଇଁ ମହଙ୍ଗ ଭତ୍ତା ବଢ଼ାଇବା ଲାଗି ଯୋଜନା କରୁଛନ୍ତି । ଯଦି ଜାନୁଆରୀରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ଲାଗୁ କରିବେ ତା ହେଲେ ରାଜ୍ୟ ସରକାର ଅଡ଼ୁଆ ପରିସ୍ଥିତିରେ ପଡ଼ିଯିବେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଚାକିରିଆଙ୍କୁ ୫ ପ୍ରତିଶତ ମହଙ୍ଗା ଭତ୍ତା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏହା ଦ୍ୱାରା ସରକାରଙ୍କ ଉପରେ ୧୨୦୦ କୋଟି ଟଙ୍କାର ଚାପ ପଡ଼ିବ । ଚାକିରିଆଙ୍କ ଦରମା ବାବଦକୁ ୮୦୦ କୋଟି ଟଙ୍କା ଦେବାକୁ ପଡ଼ୁଥିବା ବେଳେ ପେନସନ ବାବଦକୁ ୪୦୦ କୋଟି ଟଙ୍କା ଲାଗିବ ବୋଲି ଅର୍ଥ ବିଭାଗର ପ୍ରସ୍ତାବରୁ ଜଣାଯାଇଛି ।