GST ୩୫%କୁ  ବୃଦ୍ଧି କରିବାକୁ ଗ୍ରୁପ୍ ଅଫ୍ ମିନିଷ୍ଟର୍ସଙ୍କ ପ୍ରସ୍ତାବ

GST ୩୫%କୁ  ବୃଦ୍ଧି କରିବାକୁ ଗ୍ରୁପ୍ ଅଫ୍ ମିନିଷ୍ଟର୍ସଙ୍କ ପ୍ରସ୍ତାବ

ମହଙ୍ଗା ହେବାକୁ ଯାଉଛି କୋଲ୍ଡ ଡ୍ରିଂକ୍ସ, ସିଗାରେଟ ଓ ଅନ୍ୟାନ୍ୟ ତମାଖୁ ସାମଗ୍ରୀ । ଏହି ସବୁ ଉତ୍ପାଦ ଉପରେ ବୃଦ୍ଧି ପାଇବ GST। କେବଳ ଏତିକି ନୁହେଁ, ରେଡିମେଡ୍ ଗାର୍ମେଣ୍ଟସର ଦାମ୍ ବୃଦ୍ଧି ପାଇବ । ଏସବୁ ସାମଗ୍ରୀ ଉପରେ GST ୩୫%କୁ  ବୃଦ୍ଧି କରିବାକୁ GST ହାର ନିର୍ଦ୍ଧାରଣ କମିଟି ଆଲୋଚନା କରିଛି। ବର୍ତ୍ତମାନ ଏହି ସବୁ ସାମଗ୍ରୀ ଉପରେ ୨୮% GST ଆଦାୟ କରାଯାଉ ଥିବାବେଳେ ରାଜସ୍ୱ ଆଦାୟ ବଢାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଉଛି। 

ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ GST ହାର ନିର୍ଦ୍ଧାରଣ କମିଟିର ମନ୍ତ୍ରୀମାନଙ୍କ ଗୋଷ୍ଠୀ ବା ଗ୍ରୁପ୍ ଅଫ୍ ମିନିଷ୍ଟର୍ସଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଲୋଚନା ହୋଇଥିଲା। ଏସବୁ ସାମଗ୍ରୀ ଉପରେ GST ହାର ବୃଦ୍ଧି ସହିତ ପୋଷାକ ଏବଂ ଅନ୍ୟାନ୍ୟ ଜିନିଷର ମଧ୍ୟ GST ବୃଦ୍ଧି କରିବାକୁ ଆଲୋଚନା ହୋଇଛି। ଏହି ନିଷ୍ପତ୍ତି ଅନୁସାରେ ରେଡିମେଡ ଡ୍ରେସ୍ ଉପରେ ମଧ୍ୟ GST ବୃଦ୍ଧି ପାଇବ। କେତେ ଟଙ୍କାର ପୋଷାକ ଉପରେ କେତେ ଦେବାକୁ ପଡ଼ିବ, ଜାଣନ୍ତୁ... 

 

୧,୫୦୦ ଟଙ୍କା ଡ୍ରେସ୍ ଉପରେ ୫% ଟ୍ୟାକ୍ସ।

୧,୫୦୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ୧୮%

୧୦,୦୦୦ ରୁ ଅଧିକ ୨୮%

ବୈଠକରେ ମୋଟ ୧୪୮ଟି ଆଇଟମ୍ ଉପରେ ଟିକସ ପରିବର୍ତ୍ତନ ପାଇଁ GoM ପ୍ରସ୍ତାବ ଦେଇଛି। ଏହି ସଂଶୋଧନ ରାଜସ୍ୱ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି GoM ଆଶା ପୋଷଣ କରିଛି।

ଆସନ୍ତା ଡିସେମ୍ବର ୨୧ରେ GoMଙ୍କ ରିପୋର୍ଟ ଜିଏସଟି ପରିଷଦରେ ଉପସ୍ଥାପିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଷଦ ଏବଂ ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସମେତ ପ୍ରସ୍ତାବିତ ପରିବର୍ତ୍ତନଗୁଡିକ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାପରେ ନୂଆ ଟିକସ ଲାଗୁ ହେବ।