ବନ୍ଦ ହେବନି ପୁରୁଣା ୧୦୦ ଟଙ୍କିଆ ନୋଟ୍

ବନ୍ଦ ହେବନି ପୁରୁଣା ୧୦୦ ଟଙ୍କିଆ ନୋଟ୍

ବନ୍ଦ ହେବନି ପୁରୁଣା ୧୦୦ ଟଙ୍କିଆ ନୋଟ୍
ଭୁବନେଶ୍ୱର: ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍ ଅଚଳ ନେଇ ଚର୍ଚ୍ଚ ପ୍ରସଙ୍ଗ । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଚଳ ଚର୍ଚ୍ଚାରେ ପୂର୍ଣ୍ଣଛେଦ କପାଇଲେ । ଯାହା ଖବର ପ୍ରକାଶ ପାଉଛି ତାହା ଠିକ ନୁହେଁ ବୋଲି ଆରବିଆଇ ସ୍ପଷ୍ଟ କରିଛି । ଅଚଳ କରାଯିବା ନେଇ କୌଣସି ଖବର ସତ୍ୟତା ନାହିଁ । କିଛି ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଥିଲା । ଖୁବ୍ ଶୀଘ୍ର ପୁରୁଣା ନୋଟ ଅଚଳ ହେଉଥିବା ଚର୍ଚ୍ଚା ହେଉଥିଲା । ଗତକାଲି ଅନେକ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, ଆସନ୍ତା ମାର୍ଚ୍ଚ ମାସରୁ ଏହି ସବୁ ପୁରୁଣା ନୋଟ୍ ବନ୍ଦ କରିବା ଲାଗି ଚିନ୍ତା କରୁଛି ଆରବିଆଇ। ଏପରି ନୋଟର ପ୍ରଚଳନ ବନ୍ଦ କରାଯିବ ବୋଲି ଆର୍‌ବିଆଇର ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର୍‌ ବି ମହେଶ ସୂଚନା ଦେଇଥିବା ମଧ୍ୟ କୁହାଯାଇଥିଲା।