ଭାରତୀୟ ଇ ଫାର୍ମା ବଜାରରେ ପ୍ରବେଶ କରିବ ଏହି କମ୍ପାନୀ

ଭାରତୀୟ ଇ ଫାର୍ମା ବଜାରରେ ପ୍ରବେଶ କରିବ ଏହି କମ୍ପାନୀ

ଭାରତୀୟ ଇ ଫାର୍ମା ବଜାରରେ ପ୍ରବେଶ କରିବ ଏହି କମ୍ପାନୀ
ବେଙ୍ଗାଲୁରୁ : ଜେଫ୍ ବେଜୋସ୍ଙ୍କ କମ୍ପାନୀ ଆମାଜନ୍ ଆଗାମୀ ଦିନରେ ଅନଲାଇନ୍ ଫାର୍ମାସୀ ବ୍ୟବସାୟରେ ପାଦ ଥାପିବାକୁ ଯାଉଛି । ଶୁକ୍ରବାର ବେଙ୍ଗାଲୁରୁରେ ଏହି ସେବା ଆରମ୍ଭ କରାଯାଇଥିବା ବେଳେ ଆଗାମୀ ଦିନରେ ଦେଶ ବ୍ୟାପୀ ଇ ଫାର୍ମା ବ୍ୟବସାୟରେ ପ୍ରବେଶ କରିବ ଆମାଜନ୍ । ଭାରତୀୟ ବଜାରରେ ନିଜର ବଜାର କ୍ଷମତା ବୃଦ୍ଧି କରିବା ପାଇଁ ଆମାଜନ୍ ଇ ଫାର୍ମା ବ୍ୟବସାୟରେ ପ୍ରବେଶ କରିଛି । ଏଠାରେ ଡାକ୍ତରଙ୍କ ପ୍ରେସ୍କ୍ରିପସନର ମେଡିସିନ ସହିତ ଆୟୁର୍ବେଦିକ ଔଷଧ ମଧ୍ୟ ଉପଲବ୍ଧ ହେବ ବୋଲି ଆମାଜନ୍ ପକ୍ଷରୁ ପ୍ରକାଶ କରାଯାଇଛି । ଏନେଇ କମ୍ପାନୀ ପକ୍ଷରୁ କୌଣସି ପୂର୍ବ ଘୋଷଣା କରାଯାଇନଥିବା ବେଳେ ହଠାତ ଏହି ସେବାର ଲଞ୍ଚ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଆମାଜନ୍ ପକ୍ଷରୁ ଦେଶବ୍ୟାପୀ ୧୦ଟି ନୂଆ ୱାୟାର ହାଉସ୍ ସ୍ଥାପନ କରାଯାଇଥିଲା ।