ସେନସେକ୍ସ ୫୫୩ ପଏଂଟ ଉଠିଲା

ସେନସେକ୍ସ ୫୫୩ ପଏଂଟ ଉଠିଲା

ସେନସେକ୍ସ ୫୫୩ ପଏଂଟ ଉଠିଲା
ମୁମ୍ବାଇ: ଦୁର୍ବଳ ଜିଡିପି ତଥ୍ୟ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ( ଆରବିଆଇ) ଏହାର ଦ୍ୱିତୀୟ ତିନି ଦିନିଆ ଦ୍ୱିମାସିକ ମୁଦ୍ରାନୀତି କମିଟି ବୈଠକରେ ସୁଧହାରରେ ହ୍ରାସ ଘଟାଇବା ନେଇ ସମ୍ଭବନା ସୃଷ୍ଟି ହେବା ପରେ ପୁଞ୍ଜି ବଜାରରେ ଉସôାହ ଦେଖିବାକୁ ମିଳିଛି । ଯାହାର ଫଳସ୍ୱରୂପ ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସରେ ୫୫୩ ପଏଂଟ ବୃଦ୍ଧି ଘଟିଛି । ସୋମବାର କାରବାର ଶେଷ ବେଳକୁ ସନସେକ୍ସ ସୂଚକାଙ୍କରେ ୫୫୩ (୫୫୩.୪୨) ପଏଂଟ ବୃଦ୍ଧି ଘଟି ରେକର୍ଡ ୪୦,୨୬୭.୬୨ ପଏଂଟରେ ବନ୍ଦ ହୋଇଛି । ଦିନର କାରବାର ମଧ୍ୟରେ ସେନସେକ୍ସ ସର୍ମକାଳୀନ ୪୦,୩୦୮.୯୦ ପଏଂଟ ଛୁଇଁଥିଲା । ତେବେ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି କମିଟି ବୈଠକରେ ସୁଧହାରରେ ହ୍ରାସ ଘଟାଇବା ନେଇ ଯଥେଷ୍ଟ ସମ୍ଭବନା ରହିଥିବା ସମ୍ପର୍କରେ ରିପୋର୍ଟ ଆସିବା ପରେ ନିବେଶକମାନେ ଉସ୍ôାହ ହୋଇଥିଲେ, ଯାହାର ପ୍ରଭାବ ବଜାର ଉପରେ ପରିଲକ୍ଷିତ ହୋଇଛି ।