ଜାଣନ୍ତୁ ଅଣ୍ଡା ଖାଇବା ଦ୍ୱାରା ଶରୀର କଣ ଉପକାର ହୋଇଥାଏ
ଜାଣନ୍ତୁ ଅଣ୍ଡା ଖାଇବା ଦ୍ୱାରା ଶରୀର କଣ ଉପକାର ହୋଇଥାଏ
admin
Jan 25, 2021 - 11:48
Updated: Jan 25, 2021 - 11:48
ଅନେକଙ୍କ ଧାରଣା ଯେ ଅଣ୍ଡାର ହଳଦିଆ ଅଂଶ ଖାଇଲେ କୋଲେଷ୍ଟର୍ ସ୍ତର ବଢ଼େ। ଏଇ ହଳଦିଆ ଭାଗରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥିବାବେଳେ କିଶୋର, ଯୁବପିଢ଼ି ଖାଇବା ସେମାନଙ୍କ ଶରୀର ବିକାଶରେ ସହାୟକ ହୋଇଥାଏ। ବୟସ୍କ ପିଢ଼ି ଅଣ୍ଡାର ହଳଦିଆ ଅଂଶ ସହଜରେ ହଜମ କରିପାରିନଥାନ୍ତି।
-ଓଜନ କମ୍ କରିବାକୁ ଚାହୁଁଥିଲେ, ପ୍ରତିଦିନ ଗୋଟିଏ ସିଝା ଅଣ୍ଡା ଜଳଖିଆରେ ଖାଇପାରିବେ। ଅଣ୍ଡା ଏଭଳି ଏକ ଖାଦ୍ୟ, ଯାହା ଜଳଖିଆ, ଦ୍ବିପହର ଓ ରାତ୍ରିଭୋଜନ, ସମସ୍ତ ସମୟରେ ଖାଇହେବ।
– ଓମଲେଟ୍ ତିଆରି କରିବା ସମୟରେ ସେଥିରେ ବିଭିନ୍ନ ପ୍ରକାର ପରିବା ଯେପରି ଗାଜର, ବିନ୍ସ, ପିଆଜ ମିଶାଇ ତାହାର ପୋଷକତତ୍ତ୍ବ ବଢ଼ାଇପାରିବେ। ଅଣ୍ଡାରେ ଥିବା ତତ୍ତ୍ବ ଆମ ଦୃଷ୍ଟି ଶକ୍ତି ଓ ମସ୍ତିଷ୍କ ଅଭିବୃଦ୍ଧିରେ ସହାୟକ ହୁଏ।
– ଅଣ୍ଡାର ଧଳା ଅଂଶରେ ମଧ୍ୟ ଭିଟାମିନ୍ସ, ପ୍ରୋଟିନ୍ ଭରପୂର ଥିବାବେଳେ ରକ୍ତଚାପ କମ୍ କରିବାରେ ସାହାଯ୍ୟ କରୁଥିବାର ବିଶେଷଜ୍ଞଙ୍କ ମତ। ଆମ ସିନେଜଗତର ତାରକାମାନେ ସୁସ୍ଥ ଜୀବନଶୈଳୀ ନିମନ୍ତେ ପ୍ରତିଦିନ ଅଣ୍ଡା ଖାଇଥାନ୍ତି।
-ଶରୀରରେ ଭିଟାମିନ୍ ଡି ଜନିତ ଅଭାବ ଦେଖାଯାଉଥିଲେ, ଅଣ୍ଡା ହିଁ ଆପଣଙ୍କ ପାଇଁ ଏକ ମୁଖ୍ୟ ଖୋରାକ୍। ତ୍ବଚାରେ ବୟସର ଛାପ କମ୍ କରିବା ନିମନ୍ତେ ଅଣ୍ଡା ଶରୀରକୁ ପୋଷକତତ୍ତ୍ବ ଯୋଗାଇଥାଏ।