ପୂର୍ବତନ ବ୍ଲକ ଅଧ୍ୟକ୍ଷ ହତ୍ୟା ମାମଲା: ୫ ଗିରଫ

ପୂର୍ବତନ ବ୍ଲକ ଅଧ୍ୟକ୍ଷ ହତ୍ୟା ମାମଲା: ୫ ଗିରଫ

ପୂର୍ବତନ ବ୍ଲକ ଅଧ୍ୟକ୍ଷ ହତ୍ୟା ମାମଲା: ୫ ଗିରଫ
ବ୍ରହ୍ମପୁର: ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ ହତ୍ୟା ଘଟଣା । ପ୍ରେସମିଟରେ ଦକ୍ଷିଣାଂଚଳ ଡିଆଇଜି ଘଟଣାର ପର୍ଦ୍ଧାଫାସ କରିଛନ୍ତି । ହତ୍ୟା ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ୬୨ଟି ଗୁଳି , ୩ ଟି ମାଉଜର ଓ ୫ ମାଗାଜିନ୍ ଜବତ କରାଯାଇଛି । ପୂର୍ବ ଶତ୍ରୁତାରୁ ହତ୍ୟା ଘଟିଥିବା ଦକ୍ଷିଣାଂଚଳ ଡିଆଇଜି କହିଛନ୍ତି । ଡିଆଇଜି ଆହୁରୀ କହିଛନ୍ତି, ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଅଜୟ ବାରିକ । ସେପ୍ଟେମ୍ବରରେ ଅଜୟ ବାରିକଙ୍କୁ ମାଡ ମାରିଥିଲେ ଦେବରାଜ । ମାଡ ଖାଇବା ପରେ ଅଜୟ ବାରିକ ଘର ଛାଡି ଦେଇଥିଲେ । ବାହାରେ ରହି ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ । ଗତ ୨୦ ତାରିଖରେ ୫ ସହଯୋଗୀଙ୍କ ସହ ଅଜୟ ବାରିକ ଗୁଳି କରିଥିଲା । ଅଜୟକୁ ରିମାଣ୍ଡରେ ନେଇ ଘଟଣାର ଖୋଳତାଡ କରାଯିବ । ଘଟଣାରେ ରାଜନୈତିକ ଶତ୍ରୁତାକୁ ମନା କଲେ ଡିଆଇଜି ।