ଭାରତୀୟ ବଜାରରେ ପ୍ରବେଶ କଲା ଟ୍ରମ୍ଫ ଷ୍ଟ୍ରିଟ୍ ଟ୍ରିପଲ୍ ଆର

ଭାରତୀୟ ବଜାରରେ ପ୍ରବେଶ କଲା ଟ୍ରମ୍ଫ ଷ୍ଟ୍ରିଟ୍ ଟ୍ରିପଲ୍ ଆର

ଭାରତୀୟ ବଜାରରେ ପ୍ରବେଶ କଲା ଟ୍ରମ୍ଫ ଷ୍ଟ୍ରିଟ୍ ଟ୍ରିପଲ୍ ଆର
ମୁମ୍ବାଇ : ଭାରତୀୟ ବଜାରରେ ଟ୍ରମ୍ଫ ବାଇକ୍ ଏହାର ଏକ ନୂତନ ମଡେଲର ପ୍ରବେଶ କରାଇଛି । ଟ୍ରମ୍ଫ ଷ୍ଟ୍ରିଟ୍ ଟ୍ରିପଲ୍ ଏସ୍ ଅପେକ୍ଷା ଏହାର ମୂଲ୍ୟ ୨.୪୯ ଲକ୍ଷ କମ୍ ରହିଛି । ଭାରତୀୟ ବଜାରରେ ଏହି ବାଇକର ମୂଲ୍ୟ ୮.୮୪ ଲକ୍ଷ ଟଙ୍କା ରହିଛି । ଏହି ବାଇକ୍ରେ ଡି ଟ୍ୟୁନଡ୍ ଟ୍ରିପଲ ସିଲିଣ୍ଡର ଇଞ୍ଜିନ୍ ରହିଛି ଯାହାକି ଏହି ବାଇକକୁ ଅତ୍ୟନ୍ତ ଶକ୍ତିଶାଳୀ କରିଥାଏ । ସେହିପରି ଏହାର ସମସ୍ତ ସୂଚନାକୁ ଡିଜିଟାଇଜଡ୍ କରାଯାଇଛି । ଗାଡିର ବେଗ, ଟାକୋମିଟର, ଟ୍ରିପ୍ ମିଟର, ଏବିଏସ୍ ସବୁକିଛି ଏଥିରେ ଜଣାପଡିଥାଏ । ସେହିପରି ଏହି ବାଇକରେ ତିନି ପ୍ରକାରର ରାଇଡିଙ୍ଗ ମୋଡ୍ ରହିଛି । ରୋଡ, ରେନ୍ ଏବଂ ସ୍ପୋର୍ଟିଙ୍ଗ ତିନିି ପ୍ରକାରର ମୋଡ୍ ଏହି ବାଇକରେ ଉପଲବ୍ଧ ରହିଛି । ୬ ଗିଅର ବିଶିଷ୍ଟ ଏହି ବାଇକରେ ଟ୍ରମ୍ଫ ସିଫ୍ଟ ଆସିଷ୍ଟ ସିଷ୍ଟମ ବ୍ୟବହୃତ ହୋଇଛି ।