ଆମାଜନରେ ବିମାନ ଟିକେଟ୍ ବୁକିଂ

ଆମାଜନରେ ବିମାନ ଟିକେଟ୍ ବୁକିଂ

ଆମାଜନରେ ବିମାନ ଟିକେଟ୍ ବୁକିଂ
ବାଙ୍ଗାଲୋର : ଇ-କମର୍ସ ସେବା ପ୍ରଦାନକାରୀ କମ୍ପାନି ଆମାଜନ ପକ୍ଷରୁ ଅନଲାଇନ ସପିଂ ବାଦ ଅନେକ ଇ-ସେବା କାମ କରାଯାଇଛି । ମନି ଟ୍ରାନ୍ସଫର, ମୋବାଇଲ ରିଚାର୍ଜ ସହିତ ଗ୍ରାହକମାନେ ବିମାନ ଟିକେଟ ମଧ୍ୟ ବୁକ କରିପାରିବେ । ଶନିବାର କମ୍ପାନି ପକ୍ଷରୁ ଏହି ଘୋଷଣା କରାଯାଇଛି । ମାତ୍ର ଗୋଟିଏ ଆପ୍ଲିକେସନରେ ଗ୍ରାହକମାନେ ଏହି ସବୁ ସୁବିଧା ପାଇପାରିବେ । ବିମାନ ଟିକେଯ ସେବା ପ୍ରଦାନ ଲାଗି ଆମାଜନ କ୍ଲିଅରଟ୍ରିପ୍ ସହ ଭାଗୀଦାରିତା କରିଛି । ଆମାଜନ ପେ ର ନିଦେ୍ର୍ଧଶକ ସରିକ୍ ପ୍ଲାଷ୍ଟିକୱାଲା କହିଛନ୍ତି, ଆମେ ଅନଲାଇନ ଟ୍ରାଭେଲ ପ୍ଲାଟଫର୍ମ କ୍ଲିଅରଟି୍ରପ ସହ ଭାଗୀଦାରିତା କରି ବେଶ୍ ଖୁସି । ଗ୍ରାହକମାନେ ଏଣିକି ଅପଲାଇନ ସପିଂ ବାଦ୍ ଏକାଧିକ ସେବା ପାଇ ପାରିବେ ।