ସୁପରି ହାଲୱା

ସୁପରି ହାଲୱା

ସୁପରି ହାଲୱା
ସୁଜିରେ ତିଆରି ହାଲୱା ସମସ୍ତେ ଖାଉଥିବା ବେଳେ ଉତରଭାରତରେ ପ୍ରସ୍ତୁତ ହେଉଥିବା ସପୁରି ହାଲୱା ନିଶ୍ଚିତ ଭାବେ ଏକ ବିଶେଷ ସ୍ୱାଦ ଦେଇଥାଏ । ଖରାଦିନେ ସପୁରି ପର୍ଯ୍ୟାନ୍ତ ପରିମାଣରେ ବେଳେ ଏହି ହାଲୱା ପ୍ରସ୍ତୁତ କରିବା ସହଜ ହେବ । ଆବଶ୍ୟକ ସାମଗ୍ରୀ: ଅଧାକପ ଲେଖାଏ ସୁଜି, ଚିନି ଏବଂ ପାଣି, ୪ ବଡଚାମଚ ଘିଅ, ୧୦ରୁ ୧୨ଟି କାଜୁ, ଗୋଟିଏ ଇଙ୍ଗ ଚାମଚ କିସମିସ, ଅଳେଇଚ ଗୁଣ୍ଡ ଅଳ୍ପ, ସପୁରି କଟା ଅଧାକପରୁ ଅଧିକ, ଟିକେ କେଶର । ପ୍ରସ୍ତୁତି: ପ୍ରଥମେ କଟା ହୋଇଥିବା ସପୁରୀକୁ ଏକ ପ୍ୟାନରେ ପକାଇ ସେଥିରେ କେଶର, ଅଳେଇଚ ଗୁଣ୍ଡ, ପାଣି ଏବଂ ଚିନି ମିଶାଇ ଗରମ ହେବା ଲାଗି ଚୁଲା ଉପରେ ରଖନ୍ତୁ । ଏହା ଫୁଟିବା ପର୍ଯ୍ୟନ୍ତ ଚାମଚରେ ଚଳାଉଥିବେ । ତାପରେ କଡେଇରେ ଘିଅ ଗରମ କରି ସେଥିରେ ସୁଜି ଏବଂ କାଜୁ ଅଲଗା ଅଲଗା ପକାଇ ଭାଜିବେ । ସୁଜି ସୁନେଲି ରଙ୍ଗର ହୋଇ ଆସିଲେ ଏହାକୁ ସେହି ସପୁରି ସିଝା ଯାଇଥିବା ପ୍ୟାନରେ ପକାଇ ଭଲ ଭାବେ ଗୋଳାଇ ଦେବେ । ଯେପରି ଗୋଟା ରହି ନଯାଏ । ଏହାକୁ ହାଲକା ଆଂଚରେ ବସାଇ ଦିଅନ୍ତୁ । ପାଣି ଶୁଖିଗଲେ ସପୁରି ହାଲୱା ହୋଇଗଲା । ସଜାଇବା ଲାଗି ଏଥିରେ କିସମିସ ଏବଂ କାଜୁ ମିଶାଇ ଦେଲେ ପରଷିବା ଲାଗି ପ୍ରସ୍ତୁତ ।