ସେନସେକ୍ସ ୧୬୦୦ ପଏଂଟ ବୃଦ୍ଧି

ସେନସେକ୍ସ ୧୬୦୦ ପଏଂଟ ବୃଦ୍ଧି

ସେନସେକ୍ସ ୧୬୦୦ ପଏଂଟ ବୃଦ୍ଧି
ନୂଆଦିଲ୍ଲୀ : ସାଧାରଣ ବଜେଟ ଉପରେ ଆଜି ଥିଲା ସମସ୍ତଙ୍କ ନଜର । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିଥିଲେ ନିର୍ମଳା ସୀତାରମନ । ବଜେଟ ଉପସ୍ଥାପନ ସହ ତାଳ ଦେଇ ସେୟାର ମାର୍କେଟରେ ଉତଥାନ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ବଜାର ଖୋଲିବା ମାତ୍ରେ କାରବାର ବୃଦ୍ଧି ପାଇଥିଲା । କାହିଁକିନା ୧୦୦ ବର୍ଷ ମଧ୍ୟରେ ଏମିତି ବଜେଟ ହୋଇନଥିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ସଂକେତ ଦେଇଥିଲେ । ଦିନ ୧ଟା ସୁଦ୍ଧା ସେନସେକ୍ସ ୧୬୦୦ ପଏଂଟ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ଦିନ ୧୨ଟା ୫୨ ସୁଦ୍ଧା ସେନସେକ୍ସ ୧୨୦୦ ଅଙ୍କ ବୃଦ୍ଧି ପାଇ ୪୭୪୯୮ରେ ପହଁଚିଥିବାବେଳେ ନିଫ୍ଟି ୩୩୬ ପଏଂଟ ବୃଦ୍ଧି ପାଇ ୧୩୯୭୦ରେ ପହଁଚିଥିଲା । ବ୍ୟାଙ୍କର ନିଫ୍ଟି ବହୁତ ବଢ଼ିଥିବା ଲକ୍ଷ୍ୟ କରାଯାଇଛି । ବିଶେଷକରି କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ । ୨ଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନୀରୁ ସରକାର ପୁଞ୍ଜି ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି । ପୁଞ୍ଜି ପ୍ରତ୍ୟାହାରରୁ ସରକାର ୧ ଲକ୍ଷ ୭୫ ହଜାର କୋଟି ଟଙ୍କା ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । ମୋଦି ସରକାରଙ୍କ ଅମଳରେ ୭ ଥର ବଜେଟ ହୋଇଥିବାବେଳେ ୫ ଥର ବଜେଟ ଦିନ ସେୟାର କାରବାର ହ୍ରାସ ପାଇଥିଲା । କିନ୍ତୁ ଏଥର ବଜେଟ ପୂର୍ବରୁ ବି ସେୟାର ମାର୍କେଟ ଅନେକ ଥର ନିମ୍ନସ୍ତରରେ ରହିଥିଲା । ତେବେ ନିକଟରେ ପ୍ରଥମ ଥର ପାଇଁ ସେନସେକ୍ସ ୫୦ ହଜାର ଛୁଇଁ ପାରିଥିଲା । ତଥାପିବି କରୋନା ପାଇଁ ନିବେଶକମାନେ ୧୧.୫୮ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି ।