ବିଶ୍ୱର ଚତୁର୍ଥ ଧନୀ ତାଲିକାରେ ମୁକେଶ ଅମ୍ବାନୀ

ବିଶ୍ୱର ଚତୁର୍ଥ ଧନୀ ତାଲିକାରେ ମୁକେଶ ଅମ୍ବାନୀ

ବିଶ୍ୱର ଚତୁର୍ଥ ଧନୀ ତାଲିକାରେ ମୁକେଶ ଅମ୍ବାନୀ
ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀଙ୍କ ତାଲିକାର ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏହି ତାଲିକାରେ ବର୍ଣ୍ଣାଡ ଆର୍ଣ୍ଣଲ୍ଟ, ଲାରି ପେଜ୍, ଷ୍ଟିଭ୍ ବାଲ୍ମର ଏବଂ ଏଲନ୍ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି । ଶୁକ୍ରବାର ଅମ୍ବାନୀଙ୍କ ସମ୍ପତ୍ତି ପରିମାଣ ୩୨୬ ମିଲିୟନ୍ ଡଲାରୁ ୮୦.୨ ବିଲିୟନ୍ ଡଲାର ଅର୍ଥାତ ୬.୦୪ ଲକ୍ଷ କୋଟି ବୃଦ୍ଧି ପାଇଥିଲା । ପୂର୍ବରୁ ୪ ନମ୍ବର ସ୍ଥାନରେ ରହିଥିବା ବର୍ଣ୍ଣାଡ ଆର୍ଣ୍ଣଲ୍ଟଙ୍କ ସମ୍ପତ୍ତିରେ ୧.୨୪ ବିଲିୟନ୍ର ହ୍ରାସ ଘଟିବାରୁ ଅମ୍ବାନୀ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ପୂର୍ବ ପରି ଜେଫ୍ ବେଜୋସ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ବିଲ୍ ଗେଟ୍ସ ଦ୍ୱିତୀୟ ସ୍ଥାନରେ ଏବଂ ୧୦୦ ବିଲିୟନ୍ ଡଲାର ଅତିକ୍ରମ କରିଥିବା ମାର୍କ ଜୁକରବର୍ଗ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ସହିତ ପ୍ରଥମ ଅଣ ଆମେରିକୀୟ/ୟୁରୋପୀୟ ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ଅମ୍ବାନୀ । ଟପ୍ ୫ ମଧ୍ୟରେ ତିନି ଜଣ ଆମେରିକୀୟ ରହିଥିବା ବେଳେ ମୁକେଶ ଅମ୍ବାନୀ ଏକମାତ୍ର ଭାରତୀୟ ରହିଛନ୍ତି । ଏହା ସହିତ ଅମ୍ବାନୀ କେବଳ ଭାରତ ନୁହେଁ ବରଂ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି ।