ଆଜି ରାଜ୍ୟରୁ ୧୬୪୩ ପଜିଟିଭ୍‌ ଚିହ୍ନଟ

ଆଜି ରାଜ୍ୟରୁ ୧୬୪୩ ପଜିଟିଭ୍‌ ଚିହ୍ନଟ

ଆଜି ରାଜ୍ୟରୁ ୧୬୪୩ ପଜିଟିଭ୍‌ ଚିହ୍ନଟ
ଭୁବନେଶ୍ବର : ରାଜ୍ୟରେ ଆଜି ୧୬୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୦୧୮ଜଣ ଚିହ୍ନଟ ହୋଇଥିବାବେଳେ ୬୨୫ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୧୯୩କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୧୮୯ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୨୮ ହଜାର ୬୯୭ ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି ୨୫୯ଜଣ । ସେହିପରି ୪୮ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟରୁ ମୋଟ୍‌ ୧୬୪୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମୋଟ୍‌ ୨୮ଟି ଜିଲ୍ଲାରୁ ଆଜି ୧୬୪୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ସର୍ବାଧିକ ଖୋର୍ଦ୍ଧା ଓ ଗଞ୍ଜାମରୁ ୨୭୪ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ ୧୩୬, ସୁନ୍ଦରଗଡରୁ ୧୧୮, ସମ୍ବଲଫୁରରୁ ୧୧୨, କଟକରୁ ୯୮, ପୁରୀରୁ ୯୨, ବାଲେଶ୍ବରରୁ ୭୩, କନ୍ଧମାଳରୁ ୫୨, କୋରାପୁଟ୍‌ରୁ ୫୦, ନୟାଗଡରୁ ୪୦, ବଲାଙ୍ଗିରୁରୁ ୪୩, ମୟରୂଭଞ୍ଜରୁ ୩୯, ଢେଙ୍କାନାଳ ଓ ଯାଜପୁରରୁ ୩୬ ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଗଜପତିରୁ ୩୬, କଳାହାଣ୍ଡିରୁ ୩୦ ଜଣ ରହିଛନ୍ତି । ମାଲ୍‌କାନଗିରିରୁ ୨୭, ଜଗତସିଂହପୁରରୁ ୨୧, ଅନୁଗୁଳୁରୁ ୧୬, କେନ୍ଦ୍ରାପଡାରୁ ୧୪, ବରଗଡ ଓ ବୌଦ୍ଧରୁ ୭ଜଣ ଲେଖାଏଁ ରହିଛନ୍ତି । ନବରଙ୍ଗପୁରୁରୁ ୫, କେଉଁଝରରୁ ୩, ଭଦ୍ରକ ଓ ଝାରସୁଗୁଡାରୁ ୨ଜଣ ଲେଖାଏଁ ରହିଥିବାବେଳେ ନୂଆପଡାରୁ ଜଣେ ଚିହ୍ନଟ ହୋଇଛନ୍ତି ।