ସବୁ ରୋଗୀ ସୁରକ୍ଷିତ ଉଦ୍ଧାର-ଜିଲ୍ଲାପାଳ

ସବୁ ରୋଗୀ ସୁରକ୍ଷିତ ଉଦ୍ଧାର-ଜିଲ୍ଲାପାଳ

ସବୁ ରୋଗୀ ସୁରକ୍ଷିତ ଉଦ୍ଧାର-ଜିଲ୍ଲାପାଳ
କଟକ:ସନ ହସ୍ପିଟାଲରେ ଅଗ୍ନିକାଣ୍ଡ ନେଇ କଟକ ଜିଲ୍ଲାପାଳ କହିଛନ୍ତି ଯେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ହସ୍ପିଟାଲରେ ୧୧ ଜଣ ରୋଗୀ ଥିଲେ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିକାଣ୍ଡ କାରଣ ନେଇ ତଦନ୍ତ କରିବା ପାଇଁ କଟକ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଥିଲା କି ନାହିଁ ତଦନ୍ତରେ ଜଣାପଡିବ । ସୂଚନା ଯୋଗ୍ୟ ଯେ, ଆଜି କଟକ ବିଜୁ ପଟ୍ଟନାୟକ ଛକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ସନ୍ ହସ୍ପିଟାଲରେ ନିଆଁ ଲାଗିଥିବ ସୂଚନା ମିଳିଛି । ନିଆଁ ଲାଗିଥିବା ହସ୍ପିଟାଲ ଉପର ମହଲାରୁ ପ୍ରବଳ ଧୂଆଁ ବାହାରୁଛି । ନିଆଁ ଲାଗିବାର କୌଣସି ସ୍ପଷ୍ଟ କାରଣ ମିଳିନାହିଁ । ନିଆଁ ଲିଭାଇବାକୁ ଘଟଣା ସ୍ଥଳରେ ୫ ଅଗ୍ନିଶମ ଗାଡି ରହିଛି । ନିଆଁ ଲାଗିଥିବା ହସ୍ପିଟାଲରୁ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି ।