ଚିଠା କୃଷିନୀତି ପ୍ରକାଶ ପାଇଲା

ଚିଠା କୃଷିନୀତି ପ୍ରକାଶ ପାଇଲା

 ଚିଠା କୃଷିନୀତି ପ୍ରକାଶ ପାଇଲା
ଭୁବନେଶ୍ୱର: ଚୂଡ଼ାନ୍ତ କୃଷି ନୀତି ପୂର୍ବରୁ ଆଜି ଚିଠା କୃଷିନୀତି ୨୦୧୯ ପ୍ରକାଶ ପାଇଛି । ଏଥିରେ ଫୋକସରେ ରହିଛି କାଳିଆ ଯୋଜନା । କାଳିଆ ଯୋଜନାରେ ହିତାଧିକାରୀ କିଭଳି ଉପକୃତ ହେବେ ସେନେଇ ଚୂଡ଼ାନ୍ତ କୃଷି ନୀତି ପ୍ରକାଶ ପାଇବା ପୂର୍ବରୁ ପ୍ରଥମେ ଚିଠା କୃଷିନୀତି ପ୍ରକାଶ କରାଯାଇଛି । ଏହି ଚିଠା କୃଷିନୀତିରେ କାଳିଆ ଯୋଜନା ଓ ଚାଷୀଙ୍କ ଆୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।କାଳିଆ ଯୋଜନକୁ ୫ବର୍ଷ ଯାଏଁ ଚାଲୁ ରଖିବାକୁ ଚିଠାରେ ପ୍ରସ୍ତାବ ଦିଆଯାଇଛି । ୧୭ଟି ଜିଲ୍ଲାରେ ଚାଷୀଙ୍କ ଆୟ ରାଜ୍ୟ ଅନୁପାତ ଠାରୁ କମ ରହିଛି । ରାଜ୍ୟରେ ୪୮ପ୍ରତିଶତ ମହିଳା ଶ୍ରମିକ ରହିଥିବା ବେଳେ ୫ଲକ୍ଷ ଭୂମିହୀନ ମହିଳା ରହିଥିବା ଏହି ଚିଠାରେ ଉଲ୍ଲେଖ ରହିଛି ।