ଧନୀଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସିଲେ ମୁକେଶ ଅମ୍ବାନୀ
ଧନୀଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସିଲେ ମୁକେଶ ଅମ୍ବାନୀ
admin
Aug 18, 2020 - 11:15
Updated: Aug 18, 2020 - 11:15
ମୁମ୍ବାଇ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ବିଶ୍ୱର ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ଆରଆଇଏଲର ଅଂଶଧନ ମୂଲ୍ୟରେ ଲଗାତାର ହ୍ରାସ କାରଣରୁ ମୁକେଶ ଅମ୍ବାନୀ ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ଏଲନ ମସ୍କଙ୍କ ଟେସଲାର ଅଂଶଧନ ମୂଲ୍ୟ ଏବଂ ବର୍ଣ୍ଣାର୍ଡ ଅଣ୍ଣଲ୍ଟଙ୍କ ଲୁଇ ଭେଟନର ଅଂଶଦନ ମୂଲ୍ୟରେ ବୃଦ୍ଧି ଘଟିବାରୁ ଉଭୟ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହା ସହିତ ଅମ୍ବାନୀ ଚତୁର୍ଥରୁ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି । ବର୍ତ୍ତମାନ ଅମ୍ବାନୀଙ୍କ ସମ୍ପତ୍ତିର ମୂଲ୍ୟ ୭୮.୩ ବିଲିୟନ୍ ଡଲାର ରହିଛି । ୬୩ ବର୍ଷୀୟ ଅମ୍ବାନୀ ଏକମାତ୍ର ଭାରତୀୟ ତଥା ଏସୀୟ ବ୍ୟକ୍ତି ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଆମାଜନର ମାଲିକ ଜେଫ୍ ବେଜୋସ୍ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଲ୍ ଗେଟସ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବେଜୋସଙ୍କ ସମୁଦାୟ ସମ୍ପତ୍ତିର ପରିମାଣ ୧୯୦ ବିଲିୟନ ଡଲାର ରହିଥିବା ବେଳେ ଗେଟସ୍ଙ୍କ ସମ୍ପତ୍ତିର ମୂଲ୍ୟ ୧୧୪ ବିଲିୟନ୍ ଡଲାର ରହିଛି ।