ପୁଣି ବଢ଼ିଲା ପେଟ୍ରୋଲ ଦାମ

ପୁଣି ବଢ଼ିଲା ପେଟ୍ରୋଲ ଦାମ

ପୁଣି ବଢ଼ିଲା ପେଟ୍ରୋଲ ଦାମ
ନୂଆଦିଲ୍ଲୀ: ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଗତ ୨ ତାରିଖରେ ଗଣତି ଶେଷ ହେବା ସହିତ ଫଳାଫଳ ଘୋଷଣା ହୋଇଛି । ବିଧାନସଭା ନିର୍ବାଚନ ପାଇଁ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରକୁ ଅଟକାଇ ରଖିଥିଲେ । ଏହି ଦର ପୁଣି ବଢ଼ିଛି । ଦୀର୍ଘ ୧୮ ଦିନ ପରେ ତେଲ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇଛନ୍ତି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୫ ପଇସା ବୃଦ୍ଧି ଘଟି ୯୦ ଟଙ୍କା ୫୫ ପଇସା ହୋଇଛି । ସେହିଭଳି ଡିଜେଲ ଦର ଲିଟର ପିଛା ୧୮ ପଇସା ବୃଦ୍ଧି ଘଟି ୮୦ ଟଙ୍କା ୯୧ ପଇସା ରହିଛି । ଦେଶର ଚାରିଟି ମହାନଗର ମଧ୍ୟରୁ ମୁମ୍ବାଇରେ ପେଟ୍ରୋଲ, ଡିଜେଲ ଦର ସର୍ବାଧିକ ରହିଛି । ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ଗତ ମାସ ୧୫ ତାରିଖରେ ଶେଷ ଥର ପାଇଁ ବଢ଼ିଥିଲା ।