ମୁସୁମୁସିଆ ଲାଉ

ମୁସୁମୁସିଆ ଲାଉ

ମୁସୁମୁସିଆ ଲାଉ
ସାମଗ୍ରୀ: -ଲାଉ ୧ଟା -ମଇଦା ୧୦୦ ଗ୍ରାମ -ଚାଉଳଚୂନା ୫୦ ଗ୍ର୍ରାମ -ଲଙ୍କାଗୁଣ୍ଡ ୧ ଚାମଚ -ତେଲ ୨୫୦ ଗ୍ରାମ -ଲୁଣ ଆବଶ୍ୟକ ଅନୁସାରେ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଲାଉରୁ ଚୋପା ଛଡାଇ ଧୋଇ ନିଅନ୍ତୁ । ତାପରେ ତା ମଝି ଅଂଶ କାଢ଼ି ନିଅନ୍ତୁ । ତାକୁ ଲମ୍ବାଲମ୍ବା କରି ଆଙ୍ଗୁଳି ସାଇଜର କାଟନ୍ତୁ । ତାପରେ କଟା ଯାଇଥିବା ଲାଉରେ କିଛି ଲୁଣ ମିଶାଇ ଦଶ ମିନିଟ ରଖି ଦିଅନ୍ତୁ । ଗୋଟିଏ ପାତ୍ରରେ ମଇଦା, ଚାଉଳ ଚୂନା, ଲଙ୍କାଗୁଣ୍ଡ ଏବଂ ଲୁଣ ମିଶାଇ ପାଣି ଦେଇ ଘୋଳ ପ୍ରସ୍ତୁତ କରନ୍ତୁ । ଗ୍ୟାସରେ କଡାଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲା ପରେ କଟା ଯାଇଥିବା ଲାଉକୁ ସେହି ଘୋଳରେ ବୁଡାଇ ଛାଣନ୍ତୁ । ଛାଣି ସାରିଲା ପରେ ଗୋଟିଏ ପାତ୍ରକୁ କାଢ଼ି ଦିଅନ୍ତୁ । ଗରମ ଗରମ ନିଜେ ଖାଇବା ସହିତ ଅନ୍ୟ ମାନଙ୍କୁ ଖାଇବାକୁ ଦିଅନ୍ତୁ ।