ଗୋଟା ଭେଣ୍ଡି ମସଲା ପ୍ରସ୍ତୁତି ପ୍ରଣାଳୀ

ଗୋଟା ଭେଣ୍ଡି ମସଲା ପ୍ରସ୍ତୁତି ପ୍ରଣାଳୀ

ଗୋଟା ଭେଣ୍ଡି ମସଲା ପ୍ରସ୍ତୁତି ପ୍ରଣାଳୀ
ଆବଶ୍ୟକ ସାମଗ୍ରୀ- ଭେଣ୍ଡି, ବେସନ, ବାଦାମ୍ ଗୁଣ୍ଡ, ଧଳା ରାଶି, ଲଙ୍କା ପାଉଡର, ଆମଚୁର୍ ପାଉଡର, ହିଙ୍ଗୁ, ଚିନି, ଧନିଆ ପତ୍ର, ଜିରା ପାଉଡର, ହଳଦୀ ପାଉଡର, ଗରମ ମସଲା, ତେଲ, ଲୁଣ, ରସୁଣ । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ବେସନକୁ ହାଲ୍‌କା ଭାଜି ରଖିବେ । ଏହାପରେ ଏକ ପାତ୍ର ନେଇ ସେଥିରେ ଭଜା ବେସନ, ଧଳା ରାଶି, ବାଦାମ୍ ଗୁଣ୍ଡ, ଆମଚୁର୍ ପାଉଡର, ହିଙ୍ଗୁ, ଚିନି, ଧନିଆ ପତ୍ର, ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର, ହଳଦୀ ପାଉଡର, ଗରମ ମସଲା ଏବଂ ତେଲ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଲୁଣ ପକାଇ ପୁଣି ଭଲଭାବେ ମିକ୍ସ କରି ରଖିବେ । ଏହାପରେ ଭେଣ୍ଡିକୁ ମଝିରୁ ଚିରି ପ୍ରସ୍ତୁତ କରି ଥିବା ମସଲାକୁ ତା ଭିତରେ ପୁରାଇ ରଖିବେ । ଏହାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଛେଚା ରସୁଣ ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ଭେଣ୍ଡି ପକାଇ ଗୋଳାଇବେ । ଦେଖିବେ ଭେଣ୍ଡି ସିଝି ଆସିଲେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢି ରଖିବେ । ପ୍ରସ୍ତୁତ ହୋଇଗଲା ଗୋଟା ଭେଣ୍ଡି ମସଲା । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।