ନଡିଆ ମଣ୍ଡା

ନଡିଆ ମଣ୍ଡା

 ନଡିଆ ମଣ୍ଡା
ପ୍ରସ୍ୁତି ସାମଗ୍ରୀ: ଅରୁଆ ଚାଉଳ-୧/୨ କିଗ୍ରା, ନଡିଆ- ୧ଟା, କ୍ଷୀର-୧ ଲିଟର, ଚିନି- ୩ କପ, ଗୁଜୁରାତି-୨ଟା ,ଘିଅ-୧ ଚାମଚ, ଲୁଣ-ସ୍ୱାଦ ଅନୁସାରେ । ପ୍ରଣାଳୀ- କ୍ଷୀରକୁ ଲାଲ ହେବା ପର୍ଯ୍ୟନ୍ତ ସିଝାନ୍ତୁ ଓ ଖୁଆ କରିଦିଅନ୍ତୁ । ଗୁଜୁରାତି ଗୁଣ୍ଡ ଓ ଚିନି ମିଶାଇ ଦିଅନ୍ତୁ । ଏହି ପୁରକୁ ଗୋଟିଏ ପାତ୍ରରେ ରଖିଦିଅନ୍ତୁ । ଅରୁଆ ଚାଉଳକୁ ୪ ଘଂଟା ଭିଜାଇ ସେଥିରେ ନଡିଆ ରସ ମିଶାଇ ଚିକ୍କଣ କରି ମିଶାଇ ବାଟି ଦିଅନ୍ତୁ । ନଡିଆ ଓ ଚାଉଳ ବଟାରେ ଅଧା କପ ଚିନି, ଲୁଣ ଓ ପାଣି ଦେଇ ଏପରି ଆଉଟିବ ଯେପରି ଅଟା ଭଳି ହେବ । ଥଣ୍ଡା କରି ଏହାକୁ ଭଲଭାବରେ ଦଳିନିଅନ୍ତୁ । ମଣ୍ଡା ଭଳି ଗୋଲ ପ୍ରସ୍ତୁତ କରି ଖୁଆପୁରକୁ ଏହା ଭିତରେ ଭର୍ତି କରିବେ । କିଛି ସମୟ ପରେ ଖାଇବାକୁ ଦେବେ ।