ମାଂସ ବରା ତରକାରୀ
ମାଂସ ବରା ତରକାରୀ
admin
May 30, 2019 - 12:12
Updated: May 30, 2019 - 12:12
ଆବଶ୍ୟକ ସାମଗ୍ରୀ:
୫୦୦ ଗ୍ରାମ କିମା ମାଂସ
୪ଟା ବଡ ପିଆଜ
୪ଟା କଂଚାଲଙ୍କା
ଦେଢ଼ ସେମି ଅଦା
୧ଚାମଚ ଧନିଆ
୪ଟା ଶୁଖିଲା ଲଙ୍କା
୧ଚାମଚ ଜିରା
୩ସେମି ଡାଲଚିନି
୪ଟା ଗୋଲମରିଚ
୬ଚାମଚ ବେସନ
୧କପ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତି ପ୍ରଣାଳୀ:
କିମା ମାଂସରେ ଲୁଣ ଓ ହଳଦୀ ପକାଇ ସିଝାଅ । ଦୁଇଟା ପିଆଜ ଓ ତିନି ପାଖୁଡା ରସୁଣ, ଅଧା ପରିମାଣର ଅଦା ଓ ସବୁ କଂଚାଲଙ୍କାକୁ ଛୋଟ ଛୋଟ କରି କାଟି ରଖନ୍ତୁ । ସବୁ ବଟା ମସଲା, ସିଝା ମାଂସ ଓ ବେସନକୁ ଟିକେ ପାଣି ଦେଇ ଗୋଳାଇ, କାଗଜି ଲେମ୍ଭୁ ସାଇଜର ଗଢ଼ି ରଖ । କଡାଇରେ ସବୁ ତକ ତେଲ ଦେଇ ଗରମ କରି ବରା ଗୁଡିକ ଛାଣି ରଖ । ଛାଣିବା ପରେ ବଳିଥିବା ତେଲରେ ବାକି ପିଆଜ, ରସୁଣ, ଅଦା, ଶୁଖିଲା ଲଙ୍କା ଅନ୍ୟାନ୍ୟ ମସଲା ବାଟି ପକାଅ । ସେଥିରେ ଟମାଟୋ କାଟି ପକାଅ । ଭାଜୁଥିବ, ଯେତେବେଳେ ତେଲରୁ ମସଲା ବାହାରି ଆସିବ ତାପରେ ପାଣି ଦେଇ ଦେବ । ପାଣି ଫୁଟିଲେ ମାଂସ ବରା ପକାଇ ଦୁଇ ମିନିଟ ଫୁଟିଲା ପରେ ଓହ୍ଲାଇ ଦେବେ ।