ଖାଦ୍ୟକୁ ନେଇ ନୂତନ ତଥ୍ୟ

ଖାଦ୍ୟକୁ ନେଇ ନୂତନ ତଥ୍ୟ

ଖାଦ୍ୟକୁ ନେଇ ନୂତନ ତଥ୍ୟ
କିଛି ବର୍ଷ ତଳର ଅନୁସନ୍ଧାନ ଅନୁସାରେ ଗବେଷକଙ୍କ ମତ ଥିଲା ଯେ ଡାଏଟିଂ କରୁଥିଲେ ବ୍ୟକ୍ତି ଛୋଟ ଥାଳି ଓ ଗିନାରେ ଖାଇବା ଉଚିତ । କାରଣ ବଡ଼ ଥାଳିରେ ଭୋଜନ କଲେ ଆମେ ଆବଶ୍ୟକତାଠାରୁ ଅଧିକ ଭୋଜନ କରିଥାଉ । ଗବେଷଣାରୁ ଏହି ତଥ୍ୟର ସତ୍ୟାସତ୍ୟ ମଧ୍ୟ ପ୍ରମାଣିତ ହୋଇଥିଲା । ନିକଟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଗବେଷକ ସମୂହ ଖାଦ୍ୟ ସମ୍ପର୍କିତ ଅନ୍ୟ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି । ଖାଦ୍ୟର ରଙ୍ଗ, ଥାଳିର ଆକାର ଓ ରଙ୍ଗ ଅନେକ ସମୟରେ ବ୍ୟକ୍ତିର ଚିନ୍ତାଧାରାକୁ ପ୍ରଭାବିତ କରିଥାଏ । ଗବେଷକଙ୍କ ମତରେ ଦହିକୁ ଧଳା ଗିନା କିମ୍ବା ଷ୍ଟିଲ ଗିନାରେ ଖାଇଲେ ତାହା ଅଧିକ ମିଠା ଲାଗିଥାଏ । ଅନ୍ୟ ପାଖେ ଦହିକୁ ରଙ୍ଗୀନ ପାତ୍ରରେ ପରଷାଗଲେ ଅଧିକାଂଶ ଖାଇବାକୁ ପସନ୍ଦ କରିନଥାନ୍ତି । ପ୍ଲାଷ୍ଟିକ ଚାମଚରେ ପିଲାମାନେ ଖାଇବାକୁ ଖୁବ ଭଲପାଉଥିବା ବେଳେ ବଡ଼ମାନେ ସେରାମିକ ଚାମଚରେ ମନ ଖୁସିରେ ଖାଇଥାନ୍ତି ବୋଲି ସର୍ବେକ୍ଷଣରୁ ପ୍ରକାଶିତ । ଅନ୍ୟ ଏକ ରୋଚକ ମତାମତ ହେଉଛି, କଟା ହୋଇଥିବା ଫଳକୁ କଣ୍ଟା ଚାମଚରେ ଖାଇଲେ ତାହାର ସ୍ୱାଦ ଲୋକଙ୍କୁ ଠିକ୍ ଲାଗିଥାଏ । ଅନ୍ୟପାଖେ ଟୁଥପିକ୍ କିମ୍ବା ଚାମଚରେ ଖାଇଲେ ତାହା ସ୍ୱାଦହୀନ ବୋଲି ଅଧିକାଂଶଙ୍କ ମତ । ନୀଳ ଓ ସବୁଜ ରଙ୍ଗ ଥାଳିରେ ଭୋଜନ କଲେ ଖୁବ ତୃପ୍ତି ମିଳିଥାଏ ବୋଲି ୨୫%ରୁ ଅଧିକ ଲୋକ ପ୍ରକାଶ କରିଥିଲେ । ବିଶେଷଜ୍ଞଙ୍କ ମତରେ, ଖାଦ୍ୟ ପରଷିବା ପୂର୍ବରୁ ଏହାର ସ୍ୱାଦ ଆମ ମସ୍ତିଷ୍କକୁ ଏକ ଭିନ୍ନ ଅନୁଭବ ଦେଇଥାଏ ।