‘କାଫେ କଫି ଡେ’ର ନୂଆ ସିଇଓ ନିଯୁକ୍ତ, ଜାଣନ୍ତୁ କିଏ

‘କାଫେ କଫି ଡେ’ର ନୂଆ ସିଇଓ ନିଯୁକ୍ତ, ଜାଣନ୍ତୁ କିଏ

‘କାଫେ କଫି ଡେ’ର ନୂଆ ସିଇଓ ନିଯୁକ୍ତ, ଜାଣନ୍ତୁ କିଏ
ବେଙ୍ଗାଲୁରୁ: ‘କାଫେ କଫି ଡେ' (ସିସିଡି)କୁ ମିଳିଲା ନୂତନ ସିଇଓ । ସିସିଡିର ପ୍ରତିଷ୍ଠାତା ତଥା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁର ବର୍ଷେରୁ ଊର୍ଦ୍ଧ୍ୱ ସମୟ ପରେ କମ୍ପାନୀରେ ନିଯୁକ୍ତ ହୋଇଛନ୍ତି ନୂଆ ସିଇଓ। ଭିଜି ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ହେଗଡେ ଏହାର ନୂତନ ସିଇଓ ଭାବେ ମନୋନୀତ ହୋଇଛନ୍ତି। କମ୍ପାନୀ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ମାଳବିକା ପୂର୍ବରୁ କମ୍ପାନୀର ନନ୍-ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଥିଲେ। ଗତ ବର୍ଷ ଜୁଲାଇ ମାସରେ ସିସିଡିର ପ୍ରତିଷ୍ଠାତ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଏକ ନଦୀରୁ ମିଳିଥିଲା । ସିଦ୍ଧାର୍ଥ ଆତ୍ମହତ୍ୟା କରିବା ପରେ ସିସିଡର ସ୍ବତନ୍ତ୍ର ବୋର୍ଡ ସଦସ୍ୟ ଏସ୍‌ବି ରଙ୍ଗନାଥ ଅନ୍ତରୀଣ ଅଧ୍ୟକ୍ଷ ରୂପେ କାର୍ୟ୍ୟ ଚଳାଉଥିଲେ । ତେବେ ପ୍ରାୟ ବର୍ଷ ପରେ ସିସିଡିର ନୂତନ ଅଧ୍ୟକ୍ଷ ଭାବେ ସିଦ୍ଧାର୍ଥଙ୍କ ପତ୍ନୀ ମାଳବିକା ନିଯୁକ୍ତି ପାଇଛନ୍ତି ।ଏଥିସହ କମ୍ପାନୀ ପକ୍ଷରୁ ଆଉ ତିନି ଜଣଙ୍କୁ ଅତିରିକ୍ତ ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି। ଏନେଇ କମ୍ପାନୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ସୂଚିତ କରାଯାଇଛି। ଆସନ୍ତା ୨୦୨୫ ଡିସେମ୍ବର ୩୦ ପର୍ୟ୍ୟନ୍ତ ଏହି ବୋର୍ଡ କାର୍ୟ୍ୟ କରିବ । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କମ୍ପାନୀଙ୍କୁ ଝଟ୍‌କା ଲାଗିଥିଲା ତାହା ନୁହେଁ କମ୍ପାନୀର ଭବିଷ୍ୟତ ପ୍ରତି ମଧ୍ୟ ପ୍ରଶ୍ନ ଉଠିଥିଲା । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କମ୍ପାନୀର ଅଂଶଧନ ମୂଲ୍ୟ ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଥିଲା । ଏହା ପୂର୍ବରୁ ଫେବୃଆରୀ ତିନି ତାରିଖରେ କମ୍ପାନୀରୁ ବ୍ୟାପାର ନିଲମ୍ବନର ମଧ୍ୟ ସାମ୍ନା କରିବାକୁ ପଡିଥିଲା ।