ଅମ୍ବାନୀଙ୍କ ବଡ ଘୋଷଣା : ୨୦୨୧ ମଧ୍ୟଭାଗରେ ଭାରତରେ ଲଞ୍ଚ ହେବ ୫ଜି

ଅମ୍ବାନୀଙ୍କ ବଡ ଘୋଷଣା : ୨୦୨୧ ମଧ୍ୟଭାଗରେ ଭାରତରେ ଲଞ୍ଚ ହେବ ୫ଜି

ଅମ୍ବାନୀଙ୍କ ବଡ ଘୋଷଣା : ୨୦୨୧ ମଧ୍ୟଭାଗରେ ଭାରତରେ ଲଞ୍ଚ ହେବ ୫ଜି
ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି । ୨୦୨୧ ମଧ୍ୟଭାଗ ସୁଦ୍ଧା ଦେଶରେ ୫ଜି ସେବା ଲଞ୍ଚ ହେବ ବୋଲି ସେ ଘୋଷଣା କରିଛନ୍ତି । ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୦ରେ ଅମ୍ବାନୀ ଏହି ଘୋଷଣା କରିଛନ୍ତି । ଦେଶରେ ୫ଜି ସେବା ଯୋଗାଇବା ପାଇଁ ଜିଓ କ୍ୱାଲକମ ଏବଂ ସାମସଙ୍ଗ ସହିତ ମିଳିତ ଭାବରେ କାର୍ଯ୍ୟ କରୁଛି ବୋଲି ଅମ୍ବାନୀ ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇ ଆତ୍ମନିର୍ଭର ଭାରତ ଡାକରାକୁ ସଫଳ କରିବ ବୋଲି ଅମ୍ବାନୀ କହିଛନ୍ତି । ଦେଶରେ ୫ଜି ସେବା ଦୌଡରେ ଏୟାରଟେଲ ଏବଂ ଭିଆଇ ମଧ୍ୟ ରହିଛନ୍ତି । ତେବେ ଏହି ଦୁଇ କମ୍ପାନୀ ସମ୍ପୂର୍ଣ୍ଣ ଭାବରେ ୪ଜି ସଞ୍ଜୋଗ ପ୍ରଦାନ କରିନଥିବାରୁ ଜିଓ ଏହି ଦୌଡରେ ଆଗୁଆ ରହିଛି । ଜିଓର ସମସ୍ତ ଗ୍ରାହକ ୪ ଜି କନେକ୍ସନର ହୋଇଥିବାରୁ ଆସନ୍ତା ୨୦୨୧ ମଧ୍ୟଭାଗ ସୁଦ୍ଧା କମ୍ପାନୀ ଦେଶରେ ୫ଜି ସେବା ଆରମ୍ଭ କରିବା ନେଇ ଅମ୍ବାନୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗୁଗୁଲ ସହିତ ମିଳିତ ଭାବରେ ଶସ୍ତା ଫୋନ ନିର୍ମାଣ କରୁଛି ଜିଓ । ସମସ୍ତ ଭାରତୀୟଙ୍କୁ ସ୍ମାର୍ଟ ଫୋନ ଯୋଗାଇବାକୁ ରିଲାଏନ୍ସ ବଦ୍ଧ ପରିକର ବୋଲି ଅମ୍ବାନୀ ପ୍ରକାଶ କରିଛନ୍ତି ।