ଲୋକସଭାରେ ବଜେଟ୍‌ ଉପସ୍ଥାପନ, ୨୦୨୨ ସୁଦ୍ଧା ଦୁଇଗୁଣା ହେବ କୃଷକଙ୍କ ଆୟ: ଅର୍ଥମନ୍ତ୍ରୀ

ଲୋକସଭାରେ ବଜେଟ୍‌ ଉପସ୍ଥାପନ, ୨୦୨୨ ସୁଦ୍ଧା ଦୁଇଗୁଣା ହେବ କୃଷକଙ୍କ ଆୟ: ଅର୍ଥମନ୍ତ୍ରୀ

ଲୋକସଭାରେ ବଜେଟ୍‌ ଉପସ୍ଥାପନ, ୨୦୨୨ ସୁଦ୍ଧା ଦୁଇଗୁଣା ହେବ କୃଷକଙ୍କ ଆୟ: ଅର୍ଥମନ୍ତ୍ରୀ
ଆଜି ୧୧ଟା ବେଳେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିସହ ଚଳିତ ଦଶନ୍ଧିର ପ୍ରଥମ ବଜେଟ୍ ଆଗତ ହୋଇଛି। ଅନ୍ୟପକ୍ଷରେ ଦ୍ବିତୀୟ ଥର ଶାସନ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରର ଏହା ପ୍ରଥମ ବଜେଟ୍। ଉପସ୍ଥାପିତ ହେବା ପୂର୍ବରୁ ବଜେଟ୍‌-୨୦୨୦-୨୧କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଥିଲେ। ଏହା ନିର୍ମଳା ସୀତାରମଣଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌। ଅଭିଭାଷଣ ଆରମ୍ଭରେ ସେ ଦିବଂଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଜିଏସ୍‌ଟି ପ୍ରଚଳନ କରାଇବାରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ବଜେଟ୍‌ ୨୦୨୦ ଦେଶବାସୀଙ୍କର କର୍ମସଂସ୍ଥାନ ସମସ୍ୟା ସମାଧାନ କରିବ, ବାଣିଜ୍ୟକୁ ସମୃଦ୍ଧ କରିବ, ସମସ୍ତ ସଂଖ୍ୟାଲଘୁ, ମହିଳା ଏବଂ ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିବିଶେଷଙ୍କର ଆକାଙ୍‌କ୍ଷା ପୂରଣ କରିବା ଲକ୍ଷ୍ୟ ରଖିଛି ବୋଲି ସେ ସୂଚନା ଦେଇଛନ୍ତି। -୧୨.୦୨- ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବା ନେଇ ସରକାର ସଂକଳ୍ପବଦ୍ଧ ବୋଲି କହିଲେ ଅର୍ଥମନ୍ତ୍ରୀ। କୃଷି ଓ ଜଳସେଚନରେ ଦିଆଯିବ ୨.୮୩ ଲକ୍ଷ କୋଟି ଟଙ୍କାର ଋଣ। -୧୨.୦୦- କେନ୍ଦ୍ର ସରକାରଙ୍କ ଋଣର ପରିମାଣ ଜିଡିପିର ୫୨.୨%ରୁ ୪୮.୭%କୁ ହ୍ରାସ ପାଇଛି। -୧୧.୫୭- ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷର ଇଣ୍ଟର୍ଣ୍ଣଶିପ୍‌ର ସୁବିଧା ମିଳିବ। ଯୁବ ଇଞ୍ଜିନିୟରଙ୍କୁ ମିଳିବ ବ୍ୟାପକ ସୁଯୋଗ। -୧୧.୫୩- ଦିବଂଗତ ଅରୁଣ ଜେଟଲୀଙ୍କୁ ବଜେଟ୍‌ ଅଧିବେଶନରେ ମନେ ପକାଇଲେ ଅର୍ଥମନ୍ତ୍ରୀ। କହିଲେ ଜିଏସ୍‌ଟି ଐତିହାସିକ ଅର୍ଥନୀତି ସଂସ୍କାର। -୧୧.୫୨- ମେଡିକାଲ ଡିଭାଇସ୍‌ ଟ୍ୟାକ୍ସରେ ହେବ ହସ୍ପିଟାଲ ନିର୍ମାଣ। -୧୧.୫୧- ଜଳାଭାବ ଥିବା ୧୦୦ଟି ଜିଲ୍ଲାରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। -୧୧.୪୩- କିଶାନ୍‌ ରେଲ୍ ପ୍ରତିଷ୍ଠା ହେବ। ଏହା କୃଷି ଉତ୍ପାଦର ପରିବହନରେ ବଡ଼ ଭୂମିକା ନେବ। -୧୧.୩୮- ଅର୍ଥମନ୍ତ୍ରୀ କହିଛନ୍ତି, “ଲୋକେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ମୋଦିଙ୍କୁ ଜିତାଇଛନ୍ତି। ଆମ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛି। ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କୁ ସହଯୋଗ କରିବା ଆମ କର୍ତ୍ତବ୍ୟ। ଜିଏସଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି। ଜାତୀୟ ସ୍ୱାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି ଜିଏସଟି ପ୍ରମାଣ କରି ଦେଖାଇଛି।” -୧୧.୩୭- କୃଷି କ୍ଷେତ୍ରର ଉଦାରୀକରଣ ପାଇଁ ନିଆଯିବ ପଦକ୍ଷେପ। -୧୧.୩୬- ଏଥରର ବଜେଟ୍‌ ଲୋକଙ୍କ ଆୟ ବୃଦ୍ଧି କରିବ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। -୧୧.୩୦- ସଂସଦର ବଜେଟ୍‌ ଅଧିବେଶନରେ ‘ବହି ଖାତା’ ବଜେଟ୍‌ ଉପସ୍ଥାପନ କଲେ ନିର୍ମଳା ସୀତାରମଣ। -୧୧.୨୯- ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ।