ରାଜ୍ୟରେ ଆଜି ୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ରାଜ୍ୟରେ ଆଜି ୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ରାଜ୍ୟରେ ଆଜି ୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ
ଭୁବନେଶ୍ବର: ରାଜ୍ୟରେ ଆଜି ୩୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୮ ଜଣ ଚିହ୍ନଟ ହୋଇଥିବାବେଳେ ୧୫୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୬ ହଜାର ୪୪୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୬୨୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୭୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍‌ ୩୪୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ ଜିଲ୍ଲାରୁ ୨୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩ ଜଣ, ବରଗଡ଼ ଜିଲ୍ଲାରୁ ୧୯ ଜଣ, ଭଦ୍ରକ ଜିଲ୍ଲାରୁ ୫ ଜଣ, ବଲାଙ୍ଗୀର ଜିଲ୍ଲାରୁ ୬ ଜଣ, କଟକ ଜିଲ୍ଲାରୁ ୨୨ ଜଣ, ଦେବଗଡ଼ ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧ ଜଣ, ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଜଗତସିହଂପୁର ଜିଲ୍ଲାରୁ ୫ ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୮ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫ଜଣ, କେନ୍ଦୁଝର ଜିଲ୍ଲାରୁ ୭ ଜଣ, କୋରାପୁଟ ଜିଲ୍ଲାରୁ ୧ଜଣ, ମାଲକାନଗିରି ଜିଲ୍ଲାରୁ ୩, ମୟୁରଭଞ୍ଜ ଜିଲ୍ଲାରୁ ୧୮ ଜଣ, ନବରଙ୍ଗପୁର ୩, ନୟାଗଡ଼ ଜିଲ୍ଲାରୁ ୧ ଜଣ, ନୂଆପଡ଼ା ଜିଲ୍ଲାରୁ ୧୦ ଜଣ, ପୁରୀ ଜିଲ୍ଲାରୁ ୨୨ଜଣ, ରାୟଗଡ଼ା ଜିଲ୍ଲାରୁ ୧ ଜଣ, ସମ୍ବଲପୁର ଜିଲ୍ଲାରୁ ୧୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୬ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୧୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।