ଜାଣନ୍ତୁ ଯଦି ଚାକିରୀ ଚାଲିଯାଏ ତେବେ ଆପଣ କେମିତି EMI ଦେଇପାରିବେ
ଜାଣନ୍ତୁ ଯଦି ଚାକିରୀ ଚାଲିଯାଏ ତେବେ ଆପଣ କେମିତି EMI ଦେଇପାରିବେ
admin
Jan 29, 2021 - 11:56
Updated: Jan 29, 2021 - 11:56
ପ୍ରାଇଭେଟ୍ କମ୍ପାନୀରେ ଅନେକ ଲୋକ କାମ କରନ୍ତି ଏବଂ ଏଠାରେ ଚାକିରୀର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଏତେ ସୁରକ୍ଷିତ ନୁହେଁ । ତେବେ ବର୍ତ୍ତମାନ ଭାରତରେ ମନ୍ଦାବସ୍ଥା ଚାଲୁଥିବାରୁ ଅନେକ ସେକ୍ଟର୍ସରେ ଚାକିରୀରୁ ଛଟେଇ ଏକ ମୁଖ୍ୟ ସମସ୍ୟା ପାଲଟିଯାଇଛି । ଅନେକ ପ୍ରମୁଖ କମ୍ପାନୀ ନିଜ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବା ଆରମ୍ଭ କରିଦେଇଛନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ନିଜ ଚାକିରୀ ହରାଇ ଅନ୍ୟ ଚାକିରୀ ଖୋଜିବା ପୂର୍ବରୁ ଆର୍ଥିକ ରୂପେ ସଂଘର୍ଷ କରୁଛନ୍ତି । ଯେଉଁ ଲୋକମାନଙ୍କ ପାଖରେ କିଛି ଆର୍ଥିକ ଦାୟିତ୍ୱ ରହିଛି, ଯଥା ଇଏମଆଇ, ପିଲାଙ୍କ ଫିସ୍, ଦୈନିକ ଖର୍ଚ୍ଚ, ବୀମା ପ୍ରିମିୟମ ଆଦି ତାଙ୍କ ସ୍ଥିତିକୁ ଅଧିକ ଖରାପ କରିଦେଉଛି । ଅବଶ୍ୟ କିଛି ଲୋକଙ୍କ ଇମରଜେନ୍ସି ଫଣ୍ଡ ଥାଏ, ସେମାନେ କିଛି ସମୟ ପର୍ୟ୍ୟନ୍ତ ନିଜ କାମ ଚଳାଇଦିଅନ୍ତି । ଯଦି ଦୁର୍ଭାଗ୍ୟ ବଶତଃ କୌଣସି ବ୍ୟକ୍ତି ଚାକିରୀ ହରାଇ ଦେଉଛି ତେବେ ଆଗାମୀ ସମୟ ପାଇଁ ସେ ଫାଇନାନ୍ସିଆଲ ଭାବେ ମଜଭୁତ ରହିବା ପାଇଁ କଣ କରିବା ଉଚିତ୍ । ଖର୍ଚ୍ଚକୁ କମାଇବା ପାଇଁ ପ୍ରସ୍ତୁତ କରନ୍ତୁ ନୂଆ ବଜେଟ୍ ଚାକିରୀ ହରାଇବା ପରିସ୍ଥିତିରେ ନିୟମିତ ଜୀବନଶୈଳୀକୁ ପୂର୍ବଭଳି ରଖିବା କଷ୍ଟ ହୋଇଥାଏ । ଆଗାମୀ ସମୟରେ ଯେମିତି ଆପଣଙ୍କୁ ଆର୍ଥିକ ରୂପେ ସଂଘର୍ଷ କରିବାକୁ ନପଡେ ସେଥିପାଇଁ ଆପଣ ପ୍ରଥମେ ଏହି କାମ କରନ୍ତୁ ଯେ ବଜେଟ୍ ପ୍ରସ୍ତୁତ କରି ଅନାବଶ୍ୟକ ଖର୍ଚ୍ଚକୁ କମାଇଦିଅନ୍ତୁ । ଆପଣଙ୍କ ସେଭିଂ ପଇସା ଆଧାରରେ ଏବେ ଆପଣନିଜ ଘରୋଇ ବଜେଟକୁ ପୁଣି ପ୍ରସ୍ତୁତ କରିପାରିବେ । ଏହା ବ୍ୟତୀତ ବାହାର ଖାଦ୍ୟ, ଫିଲ୍ମ ଓ ଦୈନିକ ଖର୍ଚ୍ଚ ଆଦି ବନ୍ଦ କରନ୍ତୁ । ପ୍ରାଥମିକତା ନିର୍ଦ୍ଧାରିତ କରନ୍ତୁ ବୀମା ପ୍ରିମିୟମ, କରଜ ଇଏମଆଇ, ନିବେଶ, ୟୁଟିଲିଟି ଖର୍ଚ୍ଚ । ପ୍ରଥମେ ଏଗୁଡାକ ପୈଠ କରିବା ସୁନିଶ୍ଚିତ କରନ୍ତୁ । ବ୍ୟାଙ୍କ ସେଭିଂର ବ୍ୟବହାର ଯଦି ଆପଣଙ୍କ ପାଖରେ ଇମରଜେନ୍ସି ଫଣ୍ଡ ନାହିଁ ତେବେ ଆପଣ ନିଜ ବ୍ୟାଙ୍କ ସେଭିଂକୁ ବ୍ୟବହାର କରିପାରିବେ । ଯଦି ଏଥିରେ ମଧ୍ୟ କିଛି କାମ ହେଉନି ତେବେ ଆପଣ ନିଜର କିଛି ସମ୍ପତ୍ତିକୁ ବିକ୍ରି କରିପାରିବେ କିମ୍ବା ନିଜ ଇଏମଆଇକୁ ପୈଠ କରିବା ପାଇଁ ମ୍ୟୁଚୁଆଲ ଫଣ୍ଡରୁ ହେବାକୁ ଥିବା ଆୟରକୁ ବ୍ୟବହାର କରନ୍ତୁ । କିଛି ନିବେଶ ସାଧନ ଯଥା ଫିକ୍ସ୍ଡ ଡିପୋଜିଟ୍, ପିପିଏଫ, ବୀମା, ସୁନା କିମ୍ବା ସମ୍ପତ୍ତି ବଦଳରେ ଆପଣ ଲୋନ୍ ଆଣିପାରିବେ । EMI ଓ ଇନସ୍ୟୁରାନ୍ସର ରିସିଡ୍ୟୁଲ୍ କରନ୍ତୁ ଏଭଳି ପରିସ୍ଥିତିରେ ନିଜ EMI ଓ ଇନସ୍ୟୁରାନ୍ସକୁ ରିସିଡ୍ୟୁଲ୍ କରନ୍ତୁ । ଯଦି ସ୍ଥିତି ବହୁତ ଉତ୍ତମ ନାହିଁ ତେବେ ନିଜ ନିବେଶକୁ ଅସ୍ଥାୟୀ ରୂପେ ରୋକି ପାରିବେ । ଅବଶ୍ୟ ବୀମା ପ୍ରିମିୟମର ପୈଠ କରିବାକୁ ପଡିବ କାରଣ ପଲିସି ଲାପ୍ସ ହେବା ଅତ୍ୟନ୍ତ ବିପଜ୍ଜନକ । କିନ୍ତୁ ଆପଣ ବୀମାକର୍ତ୍ତାଙ୍କଠୁ ସୂଚନା ହାସଲ କରିପାରିବେ ଯେ ଆପଣ ଶେଷ ସମୟରେ ପୈଠ କରିପାରିବେ କି । ଆପଣ ଏହା ମଧ୍ୟ ପଚାରିପାରିବେ ଯେ କଣ କଭରେଜ୍ ରାଶିକୁ ଅସ୍ଥାୟୀ ରୂପେ କରାଯାଇପାରିବ କି ।